26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଟିଏମସି ବନ୍ଦ ଉଚିତ ନଥିଲା : ପ୍ରଦୀପ୍ତ

ଟିଏମସି ବନ୍ଦ ଉଚିତ ନଥିଲା : ପ୍ରଦୀପ୍ତ

ଭୁବନେଶ୍ୱର : କୋଭିଡ଼ କେୟାର ବନ୍ଦ ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି ।ବର୍ତ୍ତମାନ ସ୍ଥିତିରେ ବନ୍ଦ କରାଯିବା ଉଚିତ ନଥିଲା ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ରାଜ୍ୟରେ ଏବେ ସେପ୍ଟେମ୍ବର ମାସରେ କରୋନା ସଂକ୍ରମଣ ବଢିଚାଲିଛି । ଏହି ପରିସ୍ଥିତିରେ ବନ୍ଦ କରିବା ଉଚିତ ନଥିଲା । କଟକ, ଭୁବନେଶ୍ୱରକୁ କରୋନା ରୋଗୀକୁ ନ ଅଣାଯିବା ଅତ୍ୟନ୍ତ ନିନ୍ଦନୀୟ କଥା ଅଟେ ।ସଂପ୍ରତି ଟେଷ୍ଟ ନ ହେବା ପର୍ଯ୍ୟନ୍ତ ଡାକ୍ତରମାନେ ଛୁଉଁ ନାହାନ୍ତି ରୋଗୀଙ୍କୁ । ଏଥିସହ ଜିଲ୍ଲାସ୍ତରରେ ଭଲ ଚିକିତ୍ସା ମିଳୁନି । ଡାକ୍ତରମାନେ ରୋଗୀଙ୍କୁ ଠିକ ଭାବରେ ଦେଖୁନାହାନ୍ତିଚଟକ, ଭୁବନେଶ୍ୱରକୁ ସବୁ ରୋଗୀ ଆସିବାର ଅଧିକାର ରହିଛି, ତେଣୁ କେହି ବନ୍ଦ କରିପାରିବେନି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୬୨୯୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୬୪୭୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୫୭୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।କରୋନା ମହାମାରୀ ସମଗ୍ର ରାଜ୍ୟରେ ତା କାୟା ବିସ୍ତାର କରିଚାଲିଛି । ହୁହୁ ହୋଇ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ଆଜି ରାଜ୍ୟର ୩୦ ଜିଲ୍ଲାରୁ ୪୨୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪୭୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୭୯୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking