32.1 C
Bhubaneswar
Saturday, May 4, 2024
HomeUncategorizedଟିଟିଲାଗଡ଼ ଡାକ୍ତରଖାନାରେ ବିଚିତ୍ର ଦୃଶ୍ୟ : ସୁଇପର କରୁଛନ୍ତି ନର୍ସଙ୍କ କାମ

ଟିଟିଲାଗଡ଼ ଡାକ୍ତରଖାନାରେ ବିଚିତ୍ର ଦୃଶ୍ୟ : ସୁଇପର କରୁଛନ୍ତି ନର୍ସଙ୍କ କାମ

 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ସଇଁନ୍ତଳା : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଉପରେ ପଡ଼ୋଶୀ ନୂଆପଡା ଓ କଳାହାଣ୍ଡି ଦୁଇଟି ଜିଲ୍ଲା ସହ ରାୟଗଡା ଜିଲ୍ଲାର ମୁନିଗୁଡା,ରୁପ୍ର୍ରା, ଲାଞ୍ଜିଗଡ଼,କେସିଙ୍ଗା, କଣ୍ଟାବାଞ୍ଜି,ବେଲପଡା, ତୁରେକେଲା ପରି ଦୂରଦୂରାନ୍ତର ଜନସାଧାରଣ ନିର୍ଭର କରିଥାନ୍ତି ।
ଟିଟିଲାଗଡ଼ରେ ସ୍ୱାସ୍ଥ୍ୟସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଭାଗୀୟ କର୍ମଚାରୀ, ଡାକ୍ତର ତଥା ଅନ୍ୟ କର୍ମଚାରୀ ନାମକୁମାତ୍ର ଆସି ନିଜ ଘରୋଇ କ୍ଲିନିକକୁ ରୋଗୀ ଆଣିବା ଓ ପରୀକ୍ଷା ମାନ କରେଇବା ସହ ବାହାରୁ ଔଷଧ କିଣିବାକୁ ବାଧ୍ୟ କରିବା ପରି ଗୁରୁତର ଅଭିଯୋଗ ହୋଇଆସୁଛି । ଅପରପକ୍ଷରେ ଡାକ୍ତରଖାନାରେ ଆଖପାଖ ଅଞ୍ଚଳର ସାଧାରଣ, ନିରୀହ ଲୋକଙ୍କୁ ନାନା ଆଳ ଦେଖେଇ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଆସୁଛି । ଇତି ମଧ୍ୟରେ ଜଣେ ଡାକ୍ତର ରୋଗୀଙ୍କୁ ଆକ୍ରମଣ କରିବା ନେଇ ବେଶ ହଟଚମଟ ସୃଷ୍ଟି ହୋଇଥିଲା । ଜଣେ ଅଟୋ ଡ୍ରାଇଭରର ଚିକିତ୍ସା ନେଇ ବଚସା ସୃଷ୍ଟି ହୋଇ ମାମଲା ଥାନାରେ ଯାଇ କେସ୍ ରୁଜୁ ହୋଇଥିଲା । ଶେଷରେ ଅଟୋ ଚାଳକ ସଂଘ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ଏକ ବୈଠକ କରି ଅପୋସ ବୁଝାମଣା କରାଯାଇ ଚାଳିଶ ହଜାର ଟଙ୍କା କ୍ଷତିପୂରଣ ଦେଇ ମାମଲା ପ୍ରତ୍ୟାହାର କରାଯାଇଥିବା ସୂଚନା ଜିଲ୍ଲା ପ୍ରଶାସନ ତରଫରୁ ମିଲିଛି । ତେବେ ଉକ୍ତ ଡାକ୍ତରଙ୍କ ଘଟଣାକୁ ନେଇ ବିବାଦ ପରେ ଗତ ସାନ୍ଧ୍ୟରେ ମୁରିବାହାଲରୁ ରୋହିତ ବଗର୍ତ୍ତି ଓ ତାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ବଗର୍ତ୍ତି ତାଙ୍କର ଏକ ଛୋଟ ଶିଶୁକନ୍ୟା କୁ ଟିଟିଲାଗଡ ଡାକ୍ତରଖାନାକୁ ଜର ହେଉଥିବାରୁ ଡାକ୍ତରଙ୍କୁ ଆଣି ଦେଖେଇଥିଲେ । ହେଲେ ଡାକ୍ତର ଶିଶୁକୁ ନ ଦେଖି ନିଜ ମନଇଚ୍ଛା କିଛି ଇଞ୍ଜେକ୍ସନ ଓ ଔଷଧ ଲେଖି ଦେଇନିଜ ଦାୟିତ୍ୱ ସାରି ଦେଇଥିଲେ । ଉକ୍ତ ଶିଶୁକନ୍ୟାକୁ ନର୍ସ ରୁମ୍‌କୁ ନେଇ ଯାଇଥିବା ବେଳେ ତିଲୋତ୍ତମା ସାହୁ ନାମ୍ନୀ ଜଣେ କାର୍ଯ୍ୟରତ ନର୍ସ ଡାକ୍ତରଙ୍କ ଚିଠା ଅନୁଯାୟୀ ଇଂଜେକସନ ନ ଦେଇ ନିଜ ମନଇଚ୍ଛା କଣ ହେଉଛି କହି ଇଂଜେକସନ ଦେଇ ଦେଇ ଥିଲେ । ତିଲୋତ୍ତମା ସାହୁ ଓ ତାଙ୍କ ସହ ଥିବା ମୀନା କୁମାରୀ ନାମ୍ନୀ ଜଣେ ସଫେଇ କର୍ମଚାରୀ ବା ସୁଇପର ସହ ମିଶି ଦେଇଥିବା ଉକ୍ତ ଇଂଜେକସନ ଯୋଗୁଁ ଶିଶୁ କନ୍ୟା ଟିର ଶୋଚନୀୟ ମୃତ୍ୟୁ ଘଟିଥିଲା । ଏହି ସଫେଇ କର୍ମଚାରୀ ରୋଗୀଙ୍କୁ ନର୍ସ ପରି ଇଂଜେକସନ,ସାଲାଇନ ମାନ ଦେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏ ନେଇ ଟିଟିଲାଗଡ ବିଜେପି ଦଳ ତରଫରୁ ଡାକ୍ତରଖାନା ଆଗରେ ରାସ୍ତା ଅବରୋଧ କରିବା ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ କରିଥିଲେ । ପରେ ଉଚ୍ଚ ଅଧିକାରୀ ତଦନ୍ତ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ କରାଯାଇଛି । ସେହିପରି ଗତ ତିନି ମାସ ତଳେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀ ମଲ୍ଲିକ ଏକ ଛୋଟ ଶିଶୁକୁ ମାଡ ମାରିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଉକ୍ତ ମୃତ ଶିଶୁକନ୍ୟାକୁ ଇଂଜେକସନ ଦେବାକୁ ନର୍ସ ଦେଇଥିଲେ ନିର୍ଦ୍ଦେଶ ବୋଲି ପ୍ରକାଶ କରିଥିଲେ ସୁଇପର ତେବେ ଏଭଳି ଅଭାବନୀୟ ଘଟଣା ଘଟି ଥିବା ବେଳେ ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking