29.1 C
Bhubaneswar
Thursday, May 23, 2024
Homeଅପରାଧନିଆଁ ଲାଗି ମା’, ଝିଅ, ପୁଅ ଓ ନାତୁଣୀ ଆହତ, ୩ ଗିରଫ

ନିଆଁ ଲାଗି ମା’, ଝିଅ, ପୁଅ ଓ ନାତୁଣୀ ଆହତ, ୩ ଗିରଫ

ଝାରସୁଗୁଡ଼ା : ବ୍ରଜରାଜନଗର ଥାନା ଅନ୍ତର୍ଗତ ହରିଓଁ ବିହାରର ଏକ ଘରେ ଗତ ୧୧ ତାରିଖ ନିଆଁ ଲାଗି ମା’, ପୁଅ, ଝିଅ ଓ ନାତୁଣୀ ଆହତ ହେବା ଘଟଣାର ପୁଲିସ ପର୍ଦ୍ଦାଫାସ୍ କରିଛି । ଏହା କୌଣସି ଅଘଟଣ ନଥିଲା, ବରଂ ସାନପୁଅ ରବୀନ୍ଦ୍ର ସିଂ ନିଜେ ତାର ୨ ସହଯୋଗୀଙ୍କ ସହ ମିଶି ବଡ଼ ଭାଇ, ମା’, ଭଉଣୀ ଓ ଭାଣିଜୀକୁ ହତ୍ୟାପାଇଁ ଯୋଜନା କରିଥିଲା । ସେମାନେ ଶୋଇଥିବାବେଳେ କବାଟତଳୁ ଘର ଭିତରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ତେବେ ଏଥିରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।  ଗିରଫ ଅଭିଯୁକ୍ତମାନେ  ରବୀନ୍ଦ୍ର ସିଂ(୩୦), ବ୍ଲେସନ ତାଣ୍ଡି(୧୯) ଓ ଜଣେ ନାବାଳକ ।  ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ଏହି ସୂଚନା ଦେଇଛନ୍ତି ।
 ସୂଚନା ଅନୁଯାୟୀ, ରବୀନ୍ଦ୍ର ପ୍ରେମ ବିବାହ କରିଥିବାରୁ ତାଙ୍କ ପରିବାର ଲୋକେ ତାଙ୍କ ସ୍ତ୍ରୀକୁ ଗ୍ରହଣ କରୁ ନଥିଲେ । ରବୀନ୍ଦ୍ର ନିଜ ସ୍ତ୍ରୀକୁ କଲିକତାରୁ ହରିଓଁ ବିହାରର ଘରକୁ ଆଣିବା ପାଇଁ ବହୁଥର ଚେଷ୍ଟା କରିଥିଲେ ହେଁ ପରିବାର ଲୋକେ ଏଥିରେ ବାଧା ଦେଉଥିବାରୁ ସେ ସ୍ତ୍ରୀକୁ ଘରକୁ ଆଣି ପାରୁ ନଥିଲେ । ତେବେ ଏହି ଘଟଣାକୁ ନେଇ  ରବୀନ୍ଦ୍ରଙ୍କର ପରିବାର ଲୋକଙ୍କ ସହ ଝଗଡ଼ା ହୋଇଥିଲା । ଏଥିରେ ସେ ଉତ୍ତ୍ୟକ୍ତ ହୋଇ ସମସ୍ତଙ୍କୁ ନିଜ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେବା ପାଇଁ ତାଙ୍କ  ମା\’ ବଲଜିତ୍ କୌର(୬୧), ଭାଇ ରାଜେନ୍ଦ୍ର ସିଂ (୩୨), ଭଉଣୀ ମଞ୍ଜିତ କୌର(୩୬), ଭାଣିଜୀ ଇସ୍ମିତ କୌର(୭) ଘରେ ଶୋଇଥିବାବେଳେ ରବୀନ୍ଦ୍ର ନିଜ ସହଯୋଗୀମାନଙ୍କ ସହ ମିଶି ଘରେ କିରୋସିନ ଢାଲି ନିଆଁ ଲଗାଇଦେଇ ଫେରାର ହୋଇଯାଇଥିଲା । ତେବେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଓ ସେଠାରୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରିଥିଲେ । ଅନ୍ୟପଟେ ଝାରସୁଗୁଡା ଏସ୍‌ପି ବିକାଶ ଚନ୍ଦ୍ର ଦାସ, ଝାରସୁଗୁଡା ଏସଡିପିଓ କୈଳାସ ଆଚାର୍ଯ୍ୟ, ବ୍ରଜରାଜନଗର ଥାନା ଅଧିକାରୀ ନଳିତା ମୋଦୀ, ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳକୁ ପହଞ୍ôଚ ତଦନ୍ତ ଆରମ୍ଭ କରିବାସହ  ଆଜି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking