29.1 C
Bhubaneswar
Saturday, April 27, 2024
Homeଓଡିଶାକାଳବୈଶାଖୀ ତାଣ୍ଡବ, ବାହାକୁଦ ଫେରିଘାଟରେ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କାଳବୈଶାଖୀ ତାଣ୍ଡବ, ବାହାକୁଦ ଫେରିଘାଟରେ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦ୍ରାପଡ଼ା: କାଳବୈଶାଖୀ ତାଣ୍ଡବରୁ ବାହାକୁଦ ଫେରିଘାଟରେ ମଙ୍ଗଳବାର ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଡଙ୍ଗାରେ ଯାତ୍ରୀମାନେ ଘାଟ ପାର ହୋଇ ପାରାଦୀପ ପଟ ମୂଷିଡିଆ ଆଡ଼କୁ ଯାଉଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଯାଉଥିଲେ । ଡଙ୍ଗାରେ ପାର ହେଉଥିବା ସମୟରେ ସେହି ବିଭିଷିକାମୟ ଦୃଶ୍ୟକୁ କିଛି ଯାତ୍ରୀ ଅଙ୍ଗେ ଲିଭାଇଥିଲେ । ସେମାନେ କହିଛନ୍ତି ଆମେ ପାରାଦୀପ ଅଞ୍ଚଳକୁ କାମ କରିବାକୁ ଯାଉଥିଲୁ । କାଳବୈଶାଖୀ ଯୋଗୁଁ ମହାନଦୀ ମଝିରେ ଡଙ୍ଗା ପହଞ୍ଚିବା ପରେ ପବନର ବେଗ ବଢ଼ିଥିଲା । ଡଙ୍ଗା ଚାଳକ ଚେଷ୍ଟା କରିଥିଲେ ମଧ୍ୟ ନିଜ ଆୟତରେ ଡଙ୍ଗାକୁ ରଖି ପାରିନଥିଲେ । ଏଣେ ମହାନଦୀର ଳହଡ଼ି, ତେଣେ ପଶ୍ଚିମ ଦିଗରୁ ବହିଆସୁଥିବା ପବନ । ପବନ ବର୍ଷା ଓ ନଦୀର ଲହରୀ ଆଗରେ ଡଙ୍ଗା ଚାଳକ ହାର ମାନିଥିଲେ ।

ଡଙ୍ଗା ପବନ ଯୋଗୁଁ ସିଧାସଳଖ ଇଫ୍‌କୋ ସାର କାରଖାନା ପଛପଟ ସାତଘରିଆ ପାଖରେ ଲାଗିଥିଲା । ସେତେବେଳକୁ ବର୍ଷାରେ ସମସ୍ତେ ଭିଜିଯାଇଥିଲେ । ଦୀର୍ଘ ସମୟ ପରେ ବର୍ଷା ଛାଡ଼ିବାରୁ କିଛି ଯାତ୍ରୀ କାଦୁଅରେ ପଶି ଇଫ୍‌କୋ ପଛପଟ କାରଖାନା ଦେଇ ନିଜ ଜୀବନ ବଞ୍ଚାଇବା ପାଇଁ ପଳାଇଯାଇଥିଲେ । ଶେଷରେ ଡଙ୍ଗା ଚାଳକ ପ୍ରାୟ ୧ କିମି ଦୂରକୁ ପଳାଇ ଯାଇଥିବା ଡଙ୍ଗାକୁ ପୁଣି ମୂଷିଡ଼ିଆ ପଟକୁ ଆଣିଥିଲେ । ଯାତ୍ରୀଙ୍କ ପାଖରେ ଲାଇଫ୍ ଜ୍ୟାକେଟ୍ ନଥିଲା । ଭଗବାନଙ୍କ ଦୟାରୁ ଅଳ୍ପକେ ବର୍ତ୍ତିଯାଇଥିବା କହିଛନ୍ତି ।

ତେବେ ଯେଉଁ ଡଙ୍ଗାଦ୍ୱାରା ବାହାକୁଦ ଫେରିଘାଟରେ ଯାତ୍ରୀମାନେ ପାର ହେଉଛନ୍ତି ଡଙ୍ଗାର ଫିଟ୍‌ନେସ୍ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଡଙ୍ଗାର ଯାନ୍ତ୍ରିକ କ୍ଷମତା ଓ ଆବଶ୍ୟକ ପରିମାଣରେ ଲାଇଫ୍ ଜ୍ୟାକେଟ୍ ରହୁଛିକି ନାହିଁ ପ୍ରଶାସନ ତଦନ୍ତ କରି ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିଛି କି ନାହିଁ ବୋଲି ପ୍ରଶ୍ନ ଉଠିଛି । ଯଦି ପଶ୍ଚିମ ଦିଗରୁ ବର୍ଷା ପବନ ଆସୁଥିଲା ଡଙ୍ଗା ଚାଳକ ଏତେଗୁଡ଼ିଏ ଯାତ୍ରୀଙ୍କୁ ନେଇ କୂଳରୁ ଡଙ୍ଗା ଫିଟାଉଥିଲେ କାହିଁକି? ଏହି ଡଙ୍ଗାରେ ୨୦ରୁ ଊର୍ଦ୍ଧ୍ୱ ସାଇକେଲ୍ ଓ ମୋଟର ସାଇକେଲ୍ ଥିବା  ସାଧାରଣରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking