28.1 C
Bhubaneswar
Friday, May 3, 2024
Homeଓଡିଶା୮୦ ପ୍ରତିଶତ କମିଛି ତିନ୍ ତଲାକ୍ ମାମଲା: ନକ୍‌ଭି

୮୦ ପ୍ରତିଶତ କମିଛି ତିନ୍ ତଲାକ୍ ମାମଲା: ନକ୍‌ଭି

ନୂଆଦିଲ୍ଲୀ: ୨୦୧୯ରେ ମୁସଲିମ୍ ମହିଳା ସୁରକ୍ଷା ଆଇନ ଆସିବା ପରେ ଦେଶରେ ତିନ୍ ତଲାକ ମାମଲାରେ ୮୦ ପ୍ରତିଶତ ହ୍ରାସ ହୋଇଛି ବୋଲି ରବିବାର କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖ୍‌ତାର ଆବାସ୍ ନକ୍‌ଭି କହିଛନ୍ତି । ତିନ୍ ତଲାକ୍ ଆଇନ ଲାଗୁ ହେବାର ଦୁଇବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ନକ୍‌ଭି କହିଛନ୍ତି, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପ୍ରତିଶୃତି ରକ୍ଷା କରିଛନ୍ତି । ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗର ସମାଧାନ ହୋଇଛି, ଜମ୍ମୁ-କଶ୍ମୀରର ନାଗରିକଙ୍କ ସୁବିଧା ନିମନ୍ତେ ଧାରା ୩୭୦କୁ ହଟାଇ ଦିଆଯିବା ସହ ମୋଦୀ ସରକାର “ମହରମ୍‌’ ଆଇନ୍‌ର ଅନ୍ତ ଘଟାଇଛନ୍ତି । ଏହି ଆଇନ ହଟାଯିବା ଫଳରେ ୩,୫୦୦ରୁ ଅଧିକ ମୁସ୍‌ଲିମ୍ ମହିଳା ବିନା ମହରମ୍‌ରେ ହଜ୍ ଯାତ୍ରା କରିଛନ୍ତି ବୋଲି ସେ କହିଥିଲେ । ସେହିପରି ୨୦୧୯ ଅଗଷ୍ଟ ୧ ତାରିଖରେ ମୁସ୍‌ଲିମ୍ ମହିଳା (ବିବାହ ସୁରକ୍ଷା ଅଧିକାର) ଆଇନ ଲାଗୁ ହେବାପରେ ତିନ୍ ତଲାକ୍ ମାମଲାରେ ୮୦ ପ୍ରତିଶତ ହ୍ରାସ ହୋଇଛି ବୋଲି ସେ କହିଛନ୍ତି । ଏହି ଆଇନ ପୂର୍ବରୁ ଉତ୍ତର ପ୍ରଦେଶରେ ୬୩ ହଜାରରୁ ଊର୍ଦ୍ଧ୍ୱ ତିନ୍ ତଲାକ୍ ମାମଲା ରୁଜୁ ହୋଇଥିବା ବେଳେ ଆଇନ କାର୍ଯ୍ୟକାରୀ ହେବାପରେ ଏହା ୨୨୧କୁ କମିଯାଇଛି । ଏହି ଆଇନ ଲାଗୁହେବା ପରେ ବିହାରରେ ୪୯ଟି ମାମଲା ରୁଜୁ ହୋଇଛି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ଭୁପେନ୍ଦ୍ର ସିଂହ ମଧ୍ୟ ଉପସ୍ଥିତ ଥିଲେ । ସ୍ମୃତି ଇରାନୀ କହିଥିଲେ ଯେ ମୁସ୍‌ଲିମ୍ ମହିଳାଙ୍କ ସଂଘର୍ଷକୁ ଏହି ମୁସ୍‌ଲିମ୍ ମହିଳା ଅଧିକାର ଦିବସ ସଲାମ କରୁଛି । ଏହି ଅବସରରେ ସେ ମୁସ୍‌ଲିମ୍ ମହିଳାଙ୍କ ସୁବିଧା ନିମନ୍ତେ କାର୍ଯ୍ୟ କରୁଥିବା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ପ୍ରଶଂସା କରିଥିଲେ । ତିନ୍ ତଲାକ ବିରୋଧୀ ଆଇନ କାର୍ଯ୍ୟକାରିତାର ଦୁଇବର୍ଷ ପୂର୍ତ୍ତି ଉଦ୍ଦେଶ୍ୟରେ ଅଗଷ୍ଟ ଏକ ତାରିଖକୁ ସାରା ଦେଶରେ “ମୁସ୍‌ଲିମ୍ ମହିଳା ଅଧିକାର ଦିବସ’ ରୂପେ ପାଳନ କରାଯିବ ବୋଲି ପୂର୍ବ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ୍ ନକ୍‌ଭି କହିଥିଲେ ଯେ ତିନ୍ ତଲାକ୍‌ର ସାମାଜିକ କଦାଚାରକୁ ଦଣ୍ଡନୀୟ ଅପରାଧ ଭାବେ ବିଚାର କରି କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୧ ତାରିଖରେ ମୁସ୍‌ଲିମ୍ ମହିଳା (ବିବାହ ସୁରକ୍ଷା ଅଧିକାର) ଆଇନ ଲାଗୁ କରିଥିଲେ । ଏହି ଆଇନ ଅନୁସାରେ ତୁରନ୍ତ ତିନ୍ ତଲାକ୍‌କୁ ଦଣ୍ଡନୀୟ ଅପରାଧ ଭାବେ ଧରାଯିବ ଏବଂ ପତିଙ୍କୁ ୩ବର୍ଷ ଜେଲ୍ ଦଣ୍ଡାଦେଶ ମିଳିବ । ୨୦୧୯ରେ ଏନ୍‌ଡିଏ ପୁନଃକ୍ଷମତାକୁ ଆସିବା ପରେ ଏହି ଆଇନକୁ ବିଲ୍‌କୁ ଭାବେ ପାର୍ଲାମେଣ୍ଟରେ ପେଶ୍ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking