28.1 C
Bhubaneswar
Saturday, April 20, 2024
Homeଓଡିଶାଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଦଳରେ ସ୍ଥାନ ପାଇଲେ ଜଗ୍‌ଜିତ

ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଦଳରେ ସ୍ଥାନ ପାଇଲେ ଜଗ୍‌ଜିତ

ଝାରସୁଗୁଡା: ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଦଳରେ ଝାରସୁଗୁଡା ଜିଲ୍ଲା ବେଲାପାହାଡର ଜଗଜିତ ମହାନ୍ତି ସ୍ଥାନ ପାଇଛନ୍ତି । ବାଙ୍ଗାଲାଦେଶ ବିପକ୍ଷରେ ଗୋଟିଏ ଟେଷ୍ଟ, ୩ଟି ଏକ ଦିବସୀୟ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବା ପାଇଁ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏନ ବୋର୍ଡ ଇଣ୍ଡିଆ ପକ୍ଷରୁ ଜଗଜିତଙ୍କୁ ଚୟନ କରାଯାଇଛି । ଏଥିପାଇଁ ସେ ଆସନ୍ତା ଅଗଷ୍ଟ ୪ ତାରିଖରୁ ହାଇଦ୍ରାବାଦରେ ଆରମ୍ଭ ହେବାକୁଥିବା ପ୍ରଶୀକ୍ଷଣ ଶିବିରରେ ଯୋଗଦେବେ । ଏହି ଶିବିରରେ ଉନ୍ନତ ପ୍ରଦର୍ଶନ କରି ଭାତତୀୟ ଦଳ ପାଇଁ ଖେଳିବାର ଆଶା ରଖିଛନ୍ତି ଜଗଜିତ । ଜଗଜିତଙ୍କ ଡାହାଣ ହାତ ଭିନ୍ନକ୍ଷମ ଥିଲେ ମଧ୍ୟ ସେ ବାମ ହାତରେ ଉଭୟ ବ୍ୟାଟିଂ ଏବଂ ବୋଲିଂ ଖୁବ୍ ସୁନ୍ଦର ଭବାରେ କରିପାରନ୍ତି । ହେଲେ ଦିବ୍ୟାଙ୍ଗମାନେ ମଧ୍ୟ କ୍ରିକେଟ ଦେଶ ପାଇଁ କ୍ରିକେଟ ଖେଳି ପାରିବେବୋଲି ସେ ଅବଗତ ନଥିବାରୁ ପୂର୍ବରୁ ରାଜ୍ୟ ଅବା ଜାତୀୟ ସ୍ତରରେ ଆବେଦନ କରିନଥିଲେ । କିନ୍ତୁ ଗତ ୨ ବର୍ଷ ପୂର୍ବେ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏସନ ଥିବାସହ ସେଥିରେ ଚୟନ ହେଲେ ଦେଶ ପାଇଁ ଖେଳିହେବବୋଲି ଜଗଜିତ ଜାଣିବାକୁ ପାଇଲେ । ଏହାପରେ ଗତବର୍ଷ ଭୁବନେଶ୍ୱର ଯାଇ ପାଇଁ ଟ୍ରାଏଲ୍ସ ଦେଇଥିଲେ । ସେଠାରେ ତାଙ୍କୁ ଚୟନ କରାଯାଇଥିଲେ ହେଁ କରୋନା ଯୋଗୁଁ ଚୟନ ପ୍ରକ୍ରିୟା ସ୍ଥାଗତି ରହିଥିଲେ । ହଲେ ବର୍ତମାନ କରୋନା ପ୍ରକୋପ କମିବାପରେ ଜଗତଜିତଙ୍କୁ ହାଇଦ୍ରାବାଦର ପ୍ରଶିକ୍ଷଣ ଶିବିବରେ ଯୋଗଦେବା ପାଇଁ ମନୋନୀତ କରାଯାଇଛି । ଫଳରେ ସୁନ୍ଦରଗଡ ଜିଲ୍ଲା ହିମଗିରରେ ପଞ୍ଜାବ ନେସନାଲ ବ୍ୟାଙ୍କରେ କ୍ୟାସିଅର ଭାବରେ କାର୍ଯ୍ୟ କରୁଥିବା ଜଗଜିତ ଏବେ ଜଣେ ଅଲରାଉଣ୍ଡର ଭାବରେ ଭାରତୀୟ ଦଳରୁ ଖେଳିବା ପାଇଁ ଆଶା ବାନ୍ଧିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking