30.1 C
Bhubaneswar
Friday, April 26, 2024
Homeଓଡିଶାମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ

ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ

ମାଲକାନଗିରି : ପୋଲିସ ନିକଟରେ ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ l ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆସିଲେ 3 ହାର୍ଡକୋର ମାଓବାଦୀ ଓ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ । ଏହି ମାଓବାଦୀ ମାନେ ହେଲେ ଶମ୍ଭୁ ଦଡି ଓରଫ ମୈନୁ, ରାମା ଆପକା ଓ ରଘୁ ଖରା l ଏମାନଙ୍କ ମଧ୍ୟରୁ 2 ଜଣ ବିଜାପୁର ଜିଲ୍ଲାର ହୋଇଥିବା ବେଳେ ଜଣେ ରଘୁ ଖରା ମାଲକାନଗିରି ଜିଲ୍ଲାର ବେଇଜିଙ୍ଗ ଗ୍ରାମର ଜଣାପଡ଼ିଛି l
ମୈନୁ ଓ ରାମା କୁ ଧରିବାକୁ ପୂର୍ବରୁ ପୋଲିସ ପକ୍ଷରୁ 4 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବେଳେ ରଘୁ ନାମରେ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଥିବା ନେଇ ଏସପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଓଡିଶା ସରକାର ତରଫରୁ ଅନେକ ଗୁଡିଏ ଉନ୍ନୟନ ମୂଳକ କାଯ୍ୟ କରାଯିବା ସହ ବିଏସଏଫ କ୍ୟାମ୍ପ ସ୍ଥାପନ କରାଯାଇଥିଲା l ଏପରି ଉନ୍ନୟନ ମୂଳକ କାଯ୍ୟ ଦେଖି ମାଓବାଦୀ ମାନେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆସୁଛନ୍ତି । ଗତ ଦୁଇ ବର୍ଷ ଭିତରେ 20 ରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking