37.2 C
Bhubaneswar
Friday, April 19, 2024
Homeଓଡିଶାଲକ୍ଷାଧିକ ଟଙ୍କାର କାଠ ସହ ଟ୍ରାକ୍ଟର ଜବତ : ଡ୍ରାଇଭର ଗିରଫ

ଲକ୍ଷାଧିକ ଟଙ୍କାର କାଠ ସହ ଟ୍ରାକ୍ଟର ଜବତ : ଡ୍ରାଇଭର ଗିରଫ

ମୟୁରଭଞ୍ଜ : ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ରେଞ୍ଜ ନୋଦା ଗ୍ରାମରେ ବନ କର୍ମଚାରୀମାନଙ୍କ ଦ୍ୱାରା ଗୋଟିଏ ଶାଳ କାଠର ଚୌକାଠ ବୋଝେଇ କରି ନେଉଥିବା ଏକ ଟ୍ରାକ୍ଟରକୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ଟ୍ରାକ୍ଟର ଡ୍ରାଇଭରକୁ ଗିରଫ କରିଥିବାର ଜଣା ଯାଇଛି। ସାତକୋଶିଆ ରେଞ୍ଜର ପିତାମ୍ବର ସେଠୀଙ୍କ ନେତୃତ୍ୱରେ ଫରେଷ୍ଟର ପରମେଶ୍ବର ମହାନ୍ତ,କୃତିବାସ ମହାନ୍ତ ଓ ବନକର୍ମଚାରୀ, ଟିପିଏଫ କର୍ମୀ ମାନେ ଡ୍ୟୁଟି କରୁଥିବା ସମୟରେ ନୋଦା- ବିରିଡ଼ିହା ରାସ୍ତାର ନୋଦା ଗ୍ରାମ ନିକଟରେ କାଠ ବୋଝେଇ କରି ନେଉଥିବା ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଧରିଥଲେ। ଏହି କାଠ ବୋଝେଇ ଟ୍ରାକ୍ଟରଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ତରତରା ଗ୍ରାମକୁ ଯାଉଥିବାର ଜଣାପଡିଛି। ଜବତ ଟ୍ରାକ୍ଟରରେ ମୋଟ ୯୭ ଖଣ୍ଡ ଚୌକାଠ ବୋଝେଇ ହୋଇଥିଲା ବେଳେ ଏହାର ଅନୁମାନିକ ମୂଲ୍ୟ ୧ ଲକ୍ଷଟଙ୍କା ହେବବୋଲି ଜଣାପଡିଛି। ଏହି ଘଟଣାରେ ସଂପୃକ୍ତ ଡ୍ରାଇଭର ସାତକୋଶିଆ ନିକଟ ଦ୍ୱାରଶୁଣି ଗ୍ରାମର ଦୁବୁଗା ପୁର୍ତ୍ତ (୨୫) କୁ ବିଭାଗ ଗିରଫ କରି ତଦନ୍ତ କରୁଛି। ତେବେ କାଠ କେଉଁଠାରୁ ଆସିଲା ଏବଂ ଏଥିରେ କିଏ କିଏ ଅଛନ୍ତି ତାର ତଦନ୍ତ କରୁଛି ବନବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking