34.1 C
Bhubaneswar
Saturday, April 27, 2024
Homeଓଡିଶାହାଇକୋର୍ଟକୁ ଆସିବେ ୩ ବିଚାରପତି

ହାଇକୋର୍ଟକୁ ଆସିବେ ୩ ବିଚାରପତି

କଟକ: ବଦଳି ଭିତ୍ତିକ ନିଯୁକ୍ତିରେ ଓଡିଶା ହାଇକୋର୍ଟକୁ ୩ ବିଚାରପତି ଆସିବେ । ଏ ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ୍ ପକ୍ଷରୁ ସୁପାରିଶ କରାଯାଇଥିବାବେଳେ କେବଳ ବିଜ୍ଞପ୍ତିକୁ ଅପେକ୍ଷା କରାଯାଇଛି । ସୁପ୍ରିମ୍‌କୋର୍ଟ କଲେଜିୟମ୍‌ଙ୍କ ନିଷ୍ପତ୍ତି ଅନୁସାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଯଶ୍‌ୱନ୍ତ ସିଂଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯିବାକୁ ସୁପାରିଶ କରାଯାଇଛି ।

ସେହିପରି କଲିକତା ହାଇକୋର୍ଟର ବିଚାରପତି ସୌମେନ୍ ସେନ୍‌ଙ୍କୁ ଓଡିଶା ହାଇକୋର୍ଟର ବିଚାରପତି ଭାବେ ବଦଳି କରିବାକୁ ପ୍ରସ୍ତାବ ଦିଆଯାଇଛି । ଅନୁରୁପ ଭାବେ କଲିକତା ହାଇକୋର୍ଟର ବିଚାରପତି ଅରିନ୍ଦମ୍ ସିହ୍ନାଙ୍କୁ ମଧ୍ୟ ଓଡିଶା ହାଇକୋର୍ଟକୁ ବଦଳି କରିବାକୁ ସୁପାରିଶ କରାଯାଇଛି। ଅନ୍ୟପକ୍ଷରେ ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି କରିବାକୁ କୁହାଯାଇଛି। ରାଷ୍ଟ୍ରପତିଙ୍କ ମୋହର ପରେ ଖୁବ୍ ଶିଘ୍ର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking