32.1 C
Bhubaneswar
Thursday, March 28, 2024
Homeକରୋନା ଓଡିଶା୧୮ ବର୍ଷରୁ କମ ବୟସର ପିଲାଙ୍କୁ ଟିକା, କୋଭାକ୍ସିନ୍‌ର ୨ୟ/୩ୟ ପର୍ଯ୍ୟାୟ ପରୀକ୍ଷଣ ଶେଷ

୧୮ ବର୍ଷରୁ କମ ବୟସର ପିଲାଙ୍କୁ ଟିକା, କୋଭାକ୍ସିନ୍‌ର ୨ୟ/୩ୟ ପର୍ଯ୍ୟାୟ ପରୀକ୍ଷଣ ଶେଷ

ନୂଆଦିଲ୍ଲୀ: କୋଭାକ୍ସିନ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ ପକ୍ଷରୁ ଇତିମଧ୍ୟରେ ୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ୍ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳତାର ସହ ଶେଷ ହୋଇଥିବା ଜଣାପଡିଛି । ଆସନ୍ତା ସପ୍ତାହରେ ଏ ସଂକ୍ରାନ୍ତ ରିପୋର୍ଟ ଡିସିଜିଆଇ (ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ)ଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ପର୍ଯ୍ୟାୟରେ ୧୦୦୦ ସ୍ୱେଚ୍ଛାସେବୀଙ୍କୁ କୋଭାକ୍ସିନ୍‌ର ପେଡ୍ରିଆଟିକ୍ ଡୋଜ୍ ଦିଆଯାଇଛି । ଏହି ଟିକା ନେଇଥିବା ପିଲାଙ୍କ ନାକରେ କୋଭିଡ୍ ପ୍ରତିରୋଧକ ଶକ୍ତି ଯଥେଷ୍ଟ ସୃଷ୍ଟି ହୋଇପାରିଥିବା ଲକ୍ଷ୍ୟ କରାଯାଇଛି ବୋଲି ଭାରତ ବାୟୋଟେକ୍‌ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣା ଏଲ୍ଲା କହିଛନ୍ତି । ୬୫୦ ସ୍ୱେଚ୍ଛାସେବୀଙ୍କୁ ନାଜାଲ ଭ୍ୟାକ୍‌ସିନ୍ (ନାକବାଟେ ଟିକା ପ୍ରଦାନ) ଦିଆଯାଇଛି । ଏମାନଙ୍କୁ ତିନିଟି ଗ୍ରୁପ୍‌ରେ ବିଭକ୍ତ କରାଯାଇ ଏହି ଟିକା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking