30.1 C
Bhubaneswar
Friday, April 26, 2024
Homeଅପରାଧକାଲିମେଳା ପୋଲିସ ଦ୍ୱାରା ୩ ନକଲି ଡାକ୍ତର ଗିରଫ, ବହୁ ଔଷଧ ଜବତ 

କାଲିମେଳା ପୋଲିସ ଦ୍ୱାରା ୩ ନକଲି ଡାକ୍ତର ଗିରଫ, ବହୁ ଔଷଧ ଜବତ 

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ୩ ଜଣ ନକଲି ଡାକ୍ତର ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି-୭୩ ଗ୍ରାମର ପରେଶ ବାବାଲି, ଏମ.ପି.ଭି-୧୪ ଗ୍ରାମର ଶଶାଙ୍କ ପାଇକ ଓ ଏମ.ପି.ଭି-୧୧ ଗ୍ରାମର ସଚିନ ପରମାଣିକ କୌଣସି ଡାକ୍ତରୀ ପାଠ ପଢ଼ି ନଥିବା ବେଳେ କୌଣସି ପ୍ରମାଣପତ୍ର ମଧ୍ୟ ହାସଲ କରିନାହାନ୍ତି । ତେବେ ଏମାନେ ବହୁ ଦିନ ଧରି ଗ୍ରାମାଞ୍ଚଳରେ ଡାକ୍ତର ବୋଲି ପରିଚୟ ଦେଇ ବହୁ ରୋଗୀଙ୍କୁ ଚିକିତ୍ସା କରି ଅର୍ଥ ଲୁଟ କରୁଥିଲେ । ମାଲକାନଗିରି ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି. ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ କାଲିମେଳା ଥାନା ପୋଲିସ ନିଜ ପଟୁ ଏକ ମାମଲା ରୁଜ୍ଜୁ କରଥିଲା । ଏହାପରେ ଗତକାଲି ମଧ୍ୟ ରାତ୍ରିରେ ଉକ୍ତ ଗ୍ରାମ ଗୁଡ଼ିକରେ ଚଢ଼ଉ କରି ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବହୁ ଔଷଧ ଜବତ କରିଛି । ଆଜି ଗିରଫ ୩ ଜଣ ନକଲି ଡାକ୍ତରଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା କାଲିମେଳା ଥାନା ଭାରପ୍ରାପ୍ତ ନିରୀକ୍ଷକ ଜଗଦିଶ ବାରା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking