34.1 C
Bhubaneswar
Friday, March 29, 2024
Homeଓଡିଶାହାତ କାଟି ରାସ୍ତାରେ ଡେଇଁଲେ ଯୁବତୀ, ତୁମେ କେବଳ ମୋର...

ହାତ କାଟି ରାସ୍ତାରେ ଡେଇଁଲେ ଯୁବତୀ, ତୁମେ କେବଳ ମୋର…

ଭୁବନେଶ୍ୱର : ତୁମେ ମୋ ସହ କାଇଁ ଏମିତି କଲ । ଶେଷରେ ମତେ ଧୋକା ଦେଲ । ତୁମେ କେବଳ ମୋର । ଦେଖିବ ମୁଁ କ’ଣ କରିବି । ତୁମେ ଏଠୁ ଯିବମାନେ, ମୁଁ ହାତ କାଟି ଆତ୍ମହତ୍ୟା କରିଦେବି । ନହେଲେ ରାସ୍ତାରେ ଡେଇଁ ସମସ୍ତଙ୍କୁ ଜଣେଇବି । ଯିବ ତ.. ହଉ ଯାଅ । ଏଇ ଦେଖ ହାତ କାଟିଦେଲି । ଏଭଳି କିଛି ଘଟଣା ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଶୁକ୍ରବାର ରାତିରେ ଦେଖିବାକୁ ମିଳିଛି । ପ୍ରେମିକ ସହ ଝଗଡ଼ା ହେବାରୁ ସମ୍ପୃକ୍ତ ଯୁବତୀ ଜଣକ ହାତ କାଟି ରାସ୍ତାରେ ଡେଇଁଥିଲେ । ଏମିତିକି ରାସ୍ତାରୁ ଉଠିବେ ନାହିଁ ବୋଲି ଜିଦ୍ ଧରିଥିଲେ । ଏହାଦେଖି ପଥଚାରୀମାନେ ପୁଲିସକୁ ଖବର ଦେଇଥିଲେ । ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ଚିକିତ୍ସା ସରିବା ପରେ ତାଙ୍କୁ ଘରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ୯ଟା ବେଳେ ନୟାପଲ୍ଲୀ ଥାନା ଅନ୍ତର୍ଗତ ଜୟଦେବ ବିହାର -ନନ୍ଦନକାନନ ରାସ୍ତାରେ ଥିବା ଏକ ଗଛକଡ଼ରେ ବେହେରାବସ୍ତିର ଜଣେ ଯୁବତୀ ଓ ପଟିଆ ଅଞ୍ଚଳର ଜଣେ ଯୁବକ ଏକାଠି ବସିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମସମ୍ପର୍କ ରହିଛି । ଲକଡାଉନ୍‌ରେ ଚାରିଆଡ଼େ ଶୂନଶାନ୍ ଥିବାବେଳେ ଉଭୟ ଏକାଠି ହୋଇଥିଲେ । କିଛି ସମୟ କଥାବାର୍ତ୍ତା ହେବା ପରେ ପ୍ରେମଜନିତ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଯୁବତୀ ଜଣକ କଥାହୋଇ ସମାଧାନ କରିବାକୁ ଯୁବକଙ୍କୁ କହିଥିଲେ । ହେଲେ ଯୁବକ ଜଣକ ସେଠାରୁ ପଳାଇଯିବାକୁ ଚେଷ୍ଟା କରିଥିଲେ । ପଳେଇଗଲେ ଆତ୍ମହତ୍ୟା କରିଦେବି ବୋଲି ଯୁବତୀ ଧମକ ଦେଇଥିଲେ । ହେଲେ ଯୁବକ ଏହାକୁ ଖାତିର ନକରି ସେଠାରୁ ପଳାଇଯାଇଥିଲେ । ପରେ ଯୁବତୀ ପାଖରେ ରଖିଥିବା ବ୍ଲେଡ୍‌ରେ ନିଜ ହାତ କାଟିଦେଇଥିଲେ । ଏହାପରେ ସେ ରାସ୍ତାରେ ଡେଇଁବା ସହ ଚିଲାଇଥିଲେ । ଏହାଦେଖି ପଥଚାରୀମାନେ ତାଙ୍କୁ ବୁଝାଇଥିଲେ ବି ସେ ବୁଝିନଥିଲେ । ଏମିତିକି ରାସ୍ତାକଡ଼ରେ ଜିଦ୍ ଧରି ବସିପଡ଼ିଥିଲେ । ଖବରପାଇ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା । ପରେ ତାଙ୍କୁ ପଚରାଉଚୁରା କରିବାରୁ ସେ ପ୍ରେମିକ ପାଇଁ ଏଭଳି କରିଥିବା ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking