26.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗନଦୀରେ ବୁଡି ୩ ନାବାଳକ ମୃତ

ନଦୀରେ ବୁଡି ୩ ନାବାଳକ ମୃତ

ରାଉରକେଲା: ରାଉରକେଲା କୋଏଲ ନଦୀ ବୈକୁଣ୍ଠ ଘାଟରେ ଏକ ଅଘଟଣ ଘଟିଯାଇଛି । କୋଏଲ ନଦୀରେ ବୁଡି ୩ ନାବାଳକଙ୍କ ମୃତ୍ୟୁ ଘଟିଛି । ସେକ୍ଟର ୨୦ ନିକଟରେ ନଦୀରେ ବୁଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ସମସ୍ତ ନାବାଳକଙ୍କ ବୟସ ୧୨ରୁ ୧୫ ବର୍ଷ ବୋଲି ଜଣାପଡିଛି । ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ୩ ଜଣଙ୍କୁ ଉଦ୍ଧାର କରିଛନ୍ତି । ସମସ୍ତ ନାବାଳକ ସ୍ଥାନୀୟ ଅଂଚଳର ହୋଇଥିବା ସୂଚନା ମିଳିଛି । କୋଏଲନଦୀ ଭାଟା ବସ୍ତି ନିକଟରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସ, ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଏନେଇ ଝିରପାଣି ଥାନା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭାଟା ବସ୍ତି ଘାଟ ନିକଟ କୋଏଲ ନଦୀ କୂଳରେ ତିନିଜଣ ନାବାଳକଙ୍କ ଚପଲ ଓ ପୋଷାକ ପଡି ରହିଛି । ତେବେ ମୃତ ତିନିଜଣ ନାବାଳକ ସ୍ଥାନୀୟ ବସ୍ତିର ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking