35.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି

ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ଆଉ ୨ ଦିନ ବୃଦ୍ଧି ପାଇଛି । ୧୨ ତାରିଖ ମଧ୍ୟରାତ୍ର ଯାଏ କରାଯାଇପାରିବ ଫର୍ମ ପୂରଣ । ଯଦି କୌଣସି ଛାତ୍ରଛାତ୍ରୀ କରିନଥିବେ ତେବେ ଅନୁଷ୍ଠାନର ମୁଖ୍ୟ ଫର୍ମ ପୂରଣ କରିପାରିବେ । ଅବଧି ବୃଦ୍ଧି ହୋଇଥିବା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହୋଇ ସାରିଛି ମାଟ୍ରିକ ଫର୍ମ ପୂରଣ । ଜାନୁଆରୀ ୮ ତାରିଖରୁ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ଆରମ୍ଭ କରିଛନ୍ତି । ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ । କୋଭିଡ ଗାଇଡଲାଇନ ଅନୁସାରେ ସ୍କୁଲରେ ପାଠପଢା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking