29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଏଥର ବଜାର ଘାଣ୍ଟୁଛି ତ୍ରିରଙ୍ଗା ରାକ୍ଷୀ

ଏଥର ବଜାର ଘାଣ୍ଟୁଛି ତ୍ରିରଙ୍ଗା ରାକ୍ଷୀ

ଉତ୍ତରପ୍ରଦେଶ:ରାକ୍ଷୀ ଏକ ଏଭଳି ପର୍ବ ଯାହା ଭାଇ ଭଉଣୀ ମଧ୍ୟରେ ଥିବା ସମ୍ପର୍କର ପ୍ରତୀକ । ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣମୀ । ଏହି ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନେ୍ଧ ଆଉ ବଦଳରେ ତାକୁ ସବୁ ବାଧାବିଘ୍ନରୁ ରକ୍ଷା କରିବ ବୋଲି ଭାଇ ଭଉଣୀକୁ କଥା ଦିଏ । ରାକ୍ଷୀ ଆସିଲା ମାତ୍ରେ ସବୁ ଆଡେ ରାକ୍ଷୀର ପସରା ଦେଖିବାକୁ ମିଳେ । ଆଉ ସବୁ ବର୍ଷ ନୂଆ ନୂଆ ରାକ୍ଷୀ ମାର୍କେଟରେ ଟ୍ରେଣ୍ଡ କରେ । ତେବେ ଚଳିତ ବର୍ଷ ମାର୍କେଟରେ ଅଧିକ ଲୋକମାନଙ୍କ ଦୃଷ୍ଟି ଆକୃଷ୍ଟ କରୁଛି ତ୍ରିରଙ୍ଗା ରାକ୍ଷୀ ।

ଦେଶ ତାର ସ୍ୱାଧୀନତାର ୭୫ବର୍ଷ ପାଳନ କରୁଥିବା ବେଳେ ବର୍ତ୍ତମାନ ହର ଘର ତ୍ରିରଙ୍ଗା ଅଭିଯାନ ଚାଲିଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ସମସ୍ତ ଦେଶ ବାସୀଙ୍କୁ ତାଙ୍କ ସୋସିଆଲ ମିଡିଆ ଡିପିକୁ ପରିବର୍ତ୍ତନ କରି ତ୍ରିରଙ୍ଗା ରଖିବାକୁ ଅନୁରୋଧ କରିଛନ୍ତି । ତେବେ ଏହି ସମୟରେ ରାକ୍ଷୀ ରେ ତ୍ରିରଙ୍ଗା ଏକ ପ୍ରକାର ଏହି ଅଭିଯାନର ମଧ୍ୟ ଅଙ୍ଗ ପାଲଟି ଯାଇଛି ।

ତେବେ ରାକ୍ଷୀପୂର୍ଣ୍ଣମୀ ଅବସରରେ ଉତ୍ତରପ୍ରଦେଶର ଲକ୍ଷ୍ନୋରେ ଏହି ତ୍ରିରଙ୍ଗା ରାକ୍ଷୀ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ଏହି ରାକ୍ଷୀ ରୂପାରେ ନିର୍ମିତ । ବର୍ତ୍ତମାନ ସମୟରେ ଏହି ରାକ୍ଷୀ ବହୁ ମାତ୍ରାରେ ବିକ୍ରି ହେଉଥିବାର ବ୍ୟବସାୟୀ ବିନୋଦ ମହେଶ୍ୱରୀ ପ୍ରକାଶ କରିଛନ୍ତି । ତେବେ ଏହି ରାକ୍ଷୀ ଏକ ଦୃଷ୍ଟ୍ରିରେ ଦେଶାତ୍ମକ ବୋଧତାର ମଧ୍ୟ ପରିଚୟ ସୃଷ୍ଟି କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking