40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବିଷାକ୍ତ ମଦପିଇ ୧୧ ମୃତ

ବିଷାକ୍ତ ମଦପିଇ ୧୧ ମୃତ

ପାଟନା : ବିହାରର ସାରଣ ଜିଲ୍ଲାରେ ବିଷାକ୍ତ ମଦପାନ କରି ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୭ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି। ମୃତ ଏବଂ ଆହତମାନେ ସାରଣ ଜିଲ୍ଲା ମାକେର୍ ଏବଂ ଭେଲଦି ଥାନା ଅନ୍ତର୍ଗତ ଗ୍ରାମର ବୋଲି ଜଣାଯାଇଛି । ସେମାନେ ଧାନୁକା ଟୋଲି ଗ୍ରାମରୁ ଏହି ବିଷାକ୍ତ ମଦ କିଣିଥିଲେ । ବୁଧବାର ରାତିରେ ଏହାକୁ ପିଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା । ଚନ୍ଦନ କୁମାର (୩୫) ଏବଂ କମଲ ମହତୋ (୬୦)ଙ୍କର ଗୁରୁବାର ସକାଳେ ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ସୁଦ୍ଧା ଏହି ସଂଖ୍ୟା ୧୧ରେରେ ପହଞ୍ଚିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସେମାନେ ବିଷାକ୍ତ ମଦ ପିଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ସାରଣ ଜିଲ୍ଲାପାଳ ରାଜେଶ ମୀଣା କହିଛନ୍ତି । ଓମ୍ ନାଥ ମାହତୋ, ଚନ୍ଦ୍ରେଶ୍ୱର ମାହତୋ, ସକାଳଦୀପ ମହାତୋ, ଧନୀରାମ ମାହତୋ, ରାଜନାଥ ମାହତୋ ଏବଂ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଗୁରୁବାର ଅପରାହ୍ଣରୁ ଶୁକ୍ରବାର ମଧ୍ୟରେ ହୋଇଛି । ଅଞ୍ଚଳରେ ହୋଇଥିବା ମଦମୃତ୍ୟୁ ଖବର ମିଳିବା ପରେ ମାକେର,୍ ଭେଲଏଦି ଏବଂ ଅମନାଉର୍ ଥାନା ଅଧିକାରୀମାନେ ଫରେନ୍ସିକ୍ ବିଶେଷଜ୍ଞଙ୍କ ସହିତ ମୃତକଙ୍କ ଘରେ ପହଞ୍ଚିଥିଲେ ।

ସେଠାରୁ ସେମାନେ ମଦର ସାମ୍ପଲ୍ ସଂଗ୍ରହ କରିବା ସହ ମୃତକ ଏବଂ ଗୁରୁତର ଆହତମାନଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଥିଲେ । ଗୁରୁତର ଆହତମାନଙ୍କୁ ଛାପ୍ରା ସଦର ହସ୍ପିଟାଲ୍ ଏବଂ ପାଟନା ପିଏମ୍‌ସିଏଚ୍‌ରେ ଭର୍ତ୍ତି କରାଯାଇଛି । ପୁଲିସ କହିଛି, ୧୭ ଜଣ ଦୃଷ୍ଟିଶକ୍ତି ହରାଇଥିବା ବେଳେ ହସ୍ପିଟାଲ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ବିହାରରେ ୨୦୧୬ ଏପିଲ୍‌ରୁ ମଦ ବିକ୍ରି ଓ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking