29.1 C
Bhubaneswar
Sunday, May 5, 2024
Homeଓଡିଶାଏଥର ବି ବିନା ଭକ୍ତରେ ଛତର ଯାତ୍ରା

ଏଥର ବି ବିନା ଭକ୍ତରେ ଛତର ଯାତ୍ରା

ଭବାନୀପାଟଣା: ଆସନ୍ତା ୧୩ ତାରିଖରେ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ । କୋଭିଡ କଟକଣାରେ ବିନା ଭକ୍ତରେ ହେବ ଛତର ଯାତ୍ରା । ଛତର ଯାତ୍ରା ସମୟରେ ଭବାନୀପାଟଣାରେ ୧୪୪ ଧାରା ଜାରି ହେବ । ୧୨ ତାରିଖ ରାତି ୮ଟାରୁ ୧୩ ତାରିଖ ଦିନ ୧୨ ଯାଏଁ ୧୪୪ ଧାରା ଜାରି ରହିବ । ସେହିଭଳି ଛତର ଯାତ୍ରା ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

ଛତରର ନୀତିକାନ୍ତି ପରମ୍ପରା ଅନୁଯାୟୀ କରାଯିବ। ଛତର ଯାତ୍ରାରେ ମାଙ୍କ ଜେନା ବାଦ୍ୟ ଓ ଗୋଟିଏ ଘୁମୁରା ଘୁମୁରା ଦଳ ରହିବେ । ଛତର ଯାତ୍ରା ପୂର୍ବରୁ ଅକ୍ଟୋବର୧୩ ତାରିଖ ଦିନ ସହରରେ ୧୪୪ ଧାରା ଲାଗୁ କରାଯିବା ସହ ସମସ୍ତ ପ୍ରବେଶ ପଥ ଗୁଡିକ ସିଲ କରାଯିବ । ଛତର ଯାତ୍ରା ରେ ମାନସିକ ଧାରୀ ମାନେ କୁକୁଡା , ପାରା , ବୋଦା ଇତ୍ୟାଦି ହଜାର ହଜାର ସଂଖ୍ୟା ବଳି ଦେଇଥାନ୍ତି ବଳି କେମିତି ବନ୍ଦ ହେବ
ଏ ସମ୍ପର୍କରେ ବ୍ଲକ ଓ ପଂଚାୟତ ସ୍ତରରେ ସଚେତନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଏହାସହ ଛତର ଯାତ୍ରାର ଟେଲିଭିଜନ ରେ ସିଧା ପ୍ରସାରଣ ବ୍ୟବସ୍ଥା କରାଯିବ ଯାହା ଭକ୍ତ ଘରେ ରହି ଦେଖି ପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଛତର ଯାତ୍ରା ରେ ୫ ପ୍ଲାଟୁନ ରୁ ଅଧିକ ଫୋର୍ସ ମୁତୟନ ହେବା ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ତଦାରଖ କରିବା ପାଇଁ ନିଷ୍ପତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking