40.1 C
Bhubaneswar
Thursday, April 25, 2024
Homeଅପରାଧକଥାବାର୍ତ୍ତା ନ ହେବାରୁ ପ୍ରେମିକା ସାଥିରେ ପ୍ରେମିକ କ’ଣ କଲା ଜାଣିଲେ ହୋସ୍ ଉଡ଼ିବ

କଥାବାର୍ତ୍ତା ନ ହେବାରୁ ପ୍ରେମିକା ସାଥିରେ ପ୍ରେମିକ କ’ଣ କଲା ଜାଣିଲେ ହୋସ୍ ଉଡ଼ିବ

ଜୟପୁର: କଥାବାର୍ତ୍ତା ନ କରିବାରୁ ପ୍ରେମିକକୁ ହତ୍ୟା କରିଛି ହତାସିଆ ପ୍ରେମିକ । ହତ୍ୟାକାଣ୍ଡ କରି ରାଜସ୍ଥାନର ଝାଲାବାଡ୍ ଜିଲ୍ଲାର ପିଡାୱା ଥାନାରେ ଆତ୍ମସମର୍ପଣ କରିଛି । ପିଡାୱା ଥାନା ନିକଟାବର୍ତ୍ତୀ ଅଞ୍ଚଳରେ ଥିବା ବାକି ପୁର ଗାଁର ନିବିସୀ ଜୁବେର ଖାନ୍ ନାମକ ଜଣେ ଯୁବକ ନିଜ ଗାଁର ଝିଅ ପୂଜା ମେହେରଙ୍କ ସହ ଏକପାଖିଆ ପ୍ରେମ କରୁଥିଲେ । ଯାହାକୁ ନେଇ ହତ୍ୟାକାଣ୍ଡ କରାଯାଇଥିବାର ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନା ଅନୁଯାୟୀ, ଯୁବକ ଜଣକ ପ୍ରେମ କରିବା ପେର ସେମାନଙ୍କ ମଧ୍ୟରେ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲା । ହେଲେ ପରେ ଝିଅର ପରିବାର ଲୋକଙ୍କ ବୁଝାଇବା ପରେ ଝିଅଟି ଯୁବକଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରିଦେଇଥିଲା । ଯାହା ପରେ ପରିବାର ଲୋକେ ଝିଅଟିର ବାହାଘର ଅନ୍ୟ ଜଣଙ୍କ ସହିତ ସ୍ଥିର କରିଦେଲେ । ଆଜି ଝିଅଟି କ୍ଷେତକୁ ସୋୟାବିନ୍ ନେବାକୁ ଯାଉଥିବା ବେଳେ ସେହି ସମୟର ଫାଇଦା ଉଠାଇ ସେହି ସ୍ଥାନରେ ଜୁବେର ପହଞ୍ଚି ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଉକ୍ତ ଝିଅ ରକ୍ତାତ ଅବସ୍ଥାରେ ସେଠାରେ ପଡି ରହିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପିଡାୱା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଅଭିଯୁକ୍ତ ଜୁବାଇର ଖାନ ପିଡାୱା ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ । ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଯାହା କାରଣରୁ ପିଡାୱା ଅଞ୍ଚଳରେ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିବାବେଳେ ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଜାରି କରିଛି । ଘଟଣା ପରେ ଏହି ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ଅଞ୍ଚଳରେ ସାମାଜିକ ବିରୋଧୀ କାର୍ଯ୍ୟକଳାପ ଉପରେ ପୋଲିସ୍ ତାର କଡା ନଜର ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking