30.1 C
Bhubaneswar
Saturday, May 18, 2024
Homeଅପରାଧଗୁଣି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ କରି ପିଟିଲେ ସମ୍ପର୍କୀୟ, ଶେଷରେ....

ଗୁଣି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ କରି ପିଟିଲେ ସମ୍ପର୍କୀୟ, ଶେଷରେ….

ଭୋପାଳ : ମଧ୍ୟପ୍ରଦେଶର ଧାର ଜିଲ୍ଲାର ଏକ ଗ୍ରାମରେ ଗୁଣି ସନ୍ଦେହରେ ୪୫ ବର୍ଷୀୟା ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ଉଲଗ୍ନ କରି ପିଟିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଏହି ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣକୁ ଗିରଫ କରିଛି ପୋଲିସ । ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ଅକ୍ଟୋବର ୫ ତାରିଖ ଦିନ ମାଣ୍ଡଭି ଗ୍ରାମରେ ଘଟିଥିଲା । ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା । ସୂଚନା ଅନୁଯାୟୀ, ପୀଡିତା ତାଙ୍କର କିଛି ସମ୍ପର୍କୀୟଙ୍କ ଉପରେ ଖରାପ ନଜର ପକାଉଥିବା ଏବଂ ତାଙ୍କୁ ଅସୁସ୍ଥ କରୁଥିବାର ଅଭିଯୋଗ କରିଥିଲେ । ଅଭିଯୁକ୍ତମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହି ମାମଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଘଟଣା ସାମନାକୁ ଆସିବାକୁ ପରେ ସ୍ଥାନୀୟ ପୋଲିସ୍ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି ଓ ଚତୁର୍ଥ ଅଭିଯୁକ୍ତର ସନ୍ଧାନରେ ରହିଛି । ପୋଲିସ୍ ଅଧିକାରୀଙ୍କ ସୁଚନା ମୁତାବକ, ଏହି ଘଟଣା ଅକ୍ଟୋବର ୫ ତାରିଖର ହୋଇଥିବା ବେଳେ ଭାଇରାଲ୍ ଭିଡିଓ କୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା । ମହିଳାଙ୍କ ସମ୍ପର୍କୀୟ ମାନେ ଅଭିଯୋଗ ଆଣିଥିଲେ ଯେ, ସେ କଳା ଯାଦୁ କରୁଛନ୍ତି ଏବଂ ପରିବାର ଉପରେ ଖରାପ ନଜର ପକାଉଛନ୍ତି । ତେବେ ଘଟଣାର ତଦନ୍ତ ଜାରି ରହିଛି ଖୁବ୍ ଶୀଘ୍ର ଅନ୍ୟ ଜଣେ ଅଭିଯୁକ୍ତ ମଧ୍ୟ ଧରାପଡ଼ିବ ବୋଲି ପୋଲିସ୍ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking