33.1 C
Bhubaneswar
Saturday, April 27, 2024
Homeଓଡିଶାଏଥର ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ

ଏଥର ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରସ୍ତୁତି ପ୍ରସଙ୍ଗରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ, କାଲି ଜିଲ୍ଲାପାଳଙ୍କ ସହ ଭିସିରେ ଆଲୋଚନା ହୋଇଛି । ଏଥର ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ । ବ୍ଲକ ସ୍ତରରେ ଭୋଟ ଗଣତି କରାଯିବ । ସେଠାରେ ଷ୍ଟ୍ରଙ୍ଗରୁମ ପ୍ରସ୍ତୁତ କରାଯିବ । ପୋଲିଂ ସରିବା ପରେ ଭୋଟ ବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗ ରୁମରେ ରଖାଯିବ । ଭୋଟ ବାକ୍ସ ପାଇଁ ବ୍ଲକସ୍ତରରେ ଷ୍ଟ୍ରଙ୍ଗରୁମ ପ୍ରସ୍ତୁତ କରାଯିବ । ତେଣୁ ଅଧିକ ବାଲାଟ ବକ୍ସର ଆବଶ୍ୟକ ପଡ଼ିବ । ଯେତିକିଟି ବୁଥ୍ ସେତିକିଟି ବାଲାଟ ବକ୍ସର ଆବଶ୍ୟକ ପଡ଼ିବ ବୋଲି ନିର୍ବାଚନ କମିସନର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking