28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଓମିକ୍ରନ୍ ସଂକ୍ରମଣ ରୋକିବାରେ ଏହି ମାସ୍କ ଅଧିକ ପ୍ରଭାବଶାଳୀ

ଓମିକ୍ରନ୍ ସଂକ୍ରମଣ ରୋକିବାରେ ଏହି ମାସ୍କ ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ : ବିଶ୍ୱରେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସଂକ୍ରମଣ ୧୨୫ଟି ଦେଶ ଓ ପ୍ରାନ୍ତକୁ ବ୍ୟାପି ସାରିଲାଣି। ବ୍ରିଟେନ, ଡେନମାର୍କ ପରି କିଛି ଦେଶରେ ଲକଡାଉନ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ମାରାତ୍ମକ ଭ୍ୟାରିଆଣ୍ଟ ଠାରୁ ରକ୍ଷା ପାଇବା ପାଇଁ ହେଲେ କୋରୋନା କଟକଣାକୁ କଡାକଡି ଭାବେ ପାଳନ କରିବାକୁ ଜନ ସାଧାରଣଙ୍କୁ ସମସ୍ତ ଦେଶର ସରକାର ପରାମର୍ଶ ଦେଉଛନ୍ତି। ତେବେ ଏକ ନିର୍ଦ୍ଧିଷ୍ଟ ବ୍ରାଣ୍ଡର ମାସ୍କ ବ୍ୟବହାର ଓମିକ୍ରନ ସଂକ୍ରମଣକୁ ରୋକିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି।

ଆମେରିକାର କେନେକ୍ଟିକୁଟ ସ୍ୱାସ୍ଥ୍ୟ ସଚିବ ଡା. ମନିଷ ଜୁଠାନି କହିବା ହେଲା, କୋରୋନା ସଂକ୍ରମଣ ରୋକିବାରେ ମାସ୍କ ଏକ ଗୁରୁତ୍ୱଭୂମିକା ବହନ କରିଥାଏ। କିନ୍ତୁ କପଡା ଏବଂ ସର୍ଜିକାଲ ମାସ୍କ ତୁଳନାରେ ଏନ୯୫ ମାସ୍କ ଅଧିକା ପ୍ରଭାବି ହୋଇଥାଏ। ମୁହଁକୁ ଫିଟିଂ ହେଉଥିବା ମାସ୍କରେ ୯୫ ପ୍ରତିଶତ ଜୀବାଣୁ, ଭୂତାଣୁ ଓ ଧୂଳିକଣାକୁ ଫିଲଟର କରିବାର କ୍ଷମତା ଅଛି। ଏହାକୁ ଦେଖିଲେ ଏନ୯୫ ମାସ୍କ ବ୍ୟବହାର ସର୍ବକୃଷ୍ଟ। ସେହିପରି କୋରୋନା ସଂକ୍ରମଣ ଆରମ୍ଭରୁ ଏନ୯୫ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାକୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ସର୍ବସାଧାରଣରେ ବାରଣ କରାଗଲା। ବର୍ତ୍ତମାନ ବଜାରରେ ଏନ୯୫ ଓ ଏହାର ଅବିକଳ କେଏନ୯୫ ମାସ୍କର ଚାହିଦା ବୃଦ୍ଧି ପାଇଛି। ଚୀନ ନିର୍ମିତ କେଏନ୯୫ ମାସ୍କ ଶସ୍ତା ଏବଂ ଉତ୍କୃଷ୍ଟ ମାନର ହୋଇଥାଏ। ଫଳରେ ଏହାର ଅନଲାଇନ ବିକ୍ରି ୩ ଗୁଣା ବୃଦ୍ଧି ପାଇଥିବା କମ୍ପାନୀ ସୂତ୍ରରୁ ଜଣାପଡିଛି।

ସୂଚନା ଯେ, ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୨୫ଟି ଦେଶରେ ୩, ୬୭ ହଜାରରୁ ଊର୍ଦ୍ଧ୍ୱ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ବ୍ରିଟେନରେ ସର୍ବାଧିକ ୨ ଲକ୍ଷ ୩୦ ହଜାର ସଂକ୍ରମିତ ବାହାରିଥିବା ବେଳେ ମୋଟ ଆମେରିକୀୟ ଦେଶରୁ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଓମିକ୍ରନ ପଜିଟିଭ୍ ହୋଛନ୍ତି। ଅନ୍ୟପଟେ ୬୧ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭାରତ ସରକାରଙ୍କ ତଥ୍ୟ ଅନୁସାରେ ଦେଶରେ ୧୨୭୦ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭୪ ଜଣ ଆରୋଗ୍ୟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking