40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଓମିକ୍ରନ୍‌ରୁ ଦେଶରେ ଦ୍ୱିତୀୟ ମୃତ୍ୟୁ

ଓମିକ୍ରନ୍‌ରୁ ଦେଶରେ ଦ୍ୱିତୀୟ ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ର ପରେ ଉଦୟପୁରରେ ଓମିକ୍ରନ୍‌ରୁ ଦେଶର ଦ୍ୱିତୀୟ ମୃତ୍ୟୁ ରିପୋର୍ଟ ହୋଇଛି। ଓମିକ୍ରନ୍ ଯୋଗୁଁ ଜଣେ ୭୩ ବର୍ଷ ବୟସ୍କ ବୃଦ୍ଧ ପ୍ରାଣ ହରାଇଛନ୍ତି। ବୃଦ୍ଧ ଜଣକ ୧୪ ଡିସେମ୍ବରରେ କୋଭିଡ ପଜିଟିଭ୍ ହୋଇଥିଲେ । ପରେ ତାଙ୍କ ନମୁନାର ଜିନୋମ ସ୍ବିକ୍ବେନ୍ସିଂ ପରେ ସେ ଓମିକ୍ରନ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ​​। ଯଦିଓ ପରେ ବୃଦ୍ଧଙ୍କ କରୋନା ରିପୋର୍ଟ ଦୁଇଥର ନେଗେଟିଭ ଆସିଥିଲା, ତେବେ କୋଭିଡ୍ ଜନିତ ଜଟିଳତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ମୃତକଙ୍କ ଉଚ୍ଚ ରକ୍ତଚାପ ଓ ମଧୁମେହ ସମସ୍ୟା ବି ଥିଲା । ତେବେ ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିଲା ବୋଲି କୁହାଯାଇଛି । ଏହାଛଡ଼ା ସେ ଉଭୟ ଡୋଜ୍ କରୋନା ଟିକା ମଧ୍ୟ ନେଇଥିଲେ । ଏହା ପୂର୍ବରୁ ଓମିକ୍ରନ୍ ଜନିତ ଦେଶର ପ୍ରଥମ ମୃତ୍ୟୁ ମହାରାଷ୍ଟ୍ରରୁ ରିପୋର୍ଟ ହୋଇଥିଲା । ମଙ୍ଗଳବାର ୫୨ ବର୍ଷ ବୟସ୍କ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking