26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଏହି ଦିନ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ

ଏହି ଦିନ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ:  ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ  ଓ ଚନ୍ଦ୍ର ଗ୍ରହଣ ସମାପ୍ତ ହୋଇସାରିଛି। ବର୍ତ୍ତମାନ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଆସିବାକୁ ଯାଉଛି। ଜ୍ୟୋତିଷଙ୍କ ଅନୁଯାୟୀ, ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଅକ୍ଟୋବର ମାସରେ ଲାଗିବ । ଉଭୟ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ମଧ୍ୟରେ ମାତ୍ର ୧୫ ଦିନର ବ୍ୟବଧାନ ରହିବ।

ଅକ୍ଟୋବର ମାସ ଅଶ୍ୱିନ୍ ଅମାବାସ୍ୟରେ ଲାଗିବ ଶେଷ ସୂର୍ଯ୍ୟ ପରାଗ ସେହିପରି ଅଶ୍ୱିନ ପୂର୍ଣ୍ଣିମା ଦିନ ହେବ ବର୍ଷର ଶେଷ ଚନ୍ଦ୍ରଗ୍ରହଣ  । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କେବେ ଓ କେଉଁ ସମୟରେ ଲାଗିବ । ଏହା ସହିତ, ସେହି ସମୟ ମଧ୍ୟରେ ସାତୁକ୍ କାଳ ହେବ କି ନାହିଁ ।

ଧାର୍ମିକ ପଣ୍ଡିତମାନଙ୍କ ଅନୁଯାୟୀ, ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ  ଅକ୍ଟୋବର ୧୪ ତାରିଖ ରାତି ୮:୩୪ ମିନିଟ୍ ରେ ଆରମ୍ଭ ହୋଇ, ଅକ୍ଟୋବର ୧୫ ତାରିଖ ଅପରାହ୍ନ ୨:୨୫ ମିନିଟ୍ ରେ ଅର୍ଥାତ୍ ମାତ୍ର ୬ ଘଣ୍ଟା ପରେ ଶେଷ ହେବ । ଖାସ କଥା ହେଉଛି , ଏହି ସୂର୍ଯ୍ୟପରାଗ  କନ୍ୟା ରାଶି ଚିତ୍ରା ନକ୍ଷତ୍ରରେ ଲାଗିବ।

ଅନ୍ୟପଟେ ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ଅର୍ଥାତ୍ ଭାରତରେ ସୂତକ୍ କାଳ ରହିବ ନାହିଁ। ବ୍ରାଜିଲ, କାନାଡା, ଆମେରିକା, ଜାମାଇକା, କ୍ୟୁବା, ମେକ୍ସିକୋ, ଇକ୍ୟୁଏଡର୍, ଗୁଆଟେମାଲା, ପାରାଗୁଏ ସମେତ ଅନେକ ଦେଶରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking