28.1 C
Bhubaneswar
Saturday, April 27, 2024
Homeସ୍ୱାସ୍ଥ୍ୟଏହି ୩ଟି ଅଭ୍ୟାସ ବଢାଇପାରେ ହୃଦଘାତର ଆଶଙ୍କା

ଏହି ୩ଟି ଅଭ୍ୟାସ ବଢାଇପାରେ ହୃଦଘାତର ଆଶଙ୍କା

ନୂଆଦିଲ୍ଲୀ : ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ କାରଣରୁ ଅନେକ ରୋଗର ଆଶଙ୍କା ବୃଦ୍ଧି ପାଉଛି । ଯେଉଁଥିରୁ ଗୋଟିଏ ହେଉଛି ହୃଦଘାତ ଜନିତ ସମସ୍ୟା । ଭାରତରେ ଅଧିକାଂଶ ଲୋକଙ୍କୁ ହୃଦଘାତ ହୋଇଥାଏ । ତେବେ ଏହାକୁ ସାଧାରଣତଃ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଭାବରେ ବିବେଚନା କରାଯାଉଥିବା ବେଳେ, ଗତ କିଛି ବର୍ଷ ହେବ ଯୁବକମାନେ ମଧ୍ୟ ଏହି ଗୁରୁତର ରୋଗର ଶିକାର ହେଉଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ହୃଦୟରେ ରକ୍ତ ପ୍ରବାହ ଅବରୋଧ ହେଲେ ହୃଦଘାତ ହୋଇଥାଏ । ତେବେ ଏପରି ପରିସ୍ଥିତିରେ ଏହି ମାରାତ୍ମକ ରୋଗରୁ ଦୂରେଇ ରହିବା ପାଇଁ ଆପଣଙ୍କ ଜୀବନଶୈଳୀରେ ଥିବା କିଛିି ଖରାପ ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ପଡିବ ।

୧- ଓଜନ ଉପରେ ନିୟନ୍ତ୍ରଣ ନ ରଖିବା: ଏହି ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ମେଦବହୁଳତା କିମ୍ବା ଅଧିକ ଓଜନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ହୃଦଘାତର କାରଣ ବୋଲି ବିବେଚନା କରିଥାନ୍ତି । ମେଦବହୁଳତା କାରଣରୁ ହାଇ ବ୍ଲଡ୍ କୋଲେଷ୍ଟ୍ରଲ, ହାଇ ଟ୍ରାଇଗ୍ଲାଇସରାଇଡ୍ ଏବଂ ହାଇ ବ୍ଲଡ ପ୍ରେସର୍ ଇତ୍ୟାଦି ହୃଦଘାତର ଆଶଙ୍କାକୁ ବଢାଇଥାଏ । ତେଣୁ ଏହାକୁ କମାଇବାକୁ ହେଲେ ଆପଣଙ୍କୁ ପ୍ରଥମେ ଓଜନ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ ।

୨- ଧୂମ୍ରପାନ ଏବଂ ଚିନ୍ତା: ଅନେକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ ଧୂମ୍ରପାନ କରୁଥିବା ଓ ଅଧିକ ଚିନ୍ତାରେ ରହୁଥିବା ଲୋକଙ୍କର ହୃଦଘାତ ହେବାର ଆଶଙ୍କା ଖୁବ ଅଧିକ ରହିଥାଏ । କାରଣ ଧୂମ୍ରପାନ କରିବା ଦ୍ୱାରା ଧମନୀ ଛୋଟ ହେଇଯାଏ ଏବଂ ହୃଦୟରେ ରକ୍ତ ପ୍ରବାହ କମିଯାଏ । ଯାହାଫଳରେ ହୃଦଘାତ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ସେହିପରି ଅଧିକ ଚିନ୍ତାରେ ରହିବା ଦ୍ୱାରା ରକ୍ତଚାପର ସମସ୍ୟା ବଢିଥାଏ । ଯାହା ହୃଦଘାତର ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ଓ ଧୂମ୍ରପାନ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି ।

୩- ଶାରୀରିକ ନିଷ୍କ୍ରିୟତା (ଫିଜିକାଲ୍ ଇନଆକ୍ଟିଭିଟି): ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆରାମଦାୟକ ଜୀବନ ଅତିବାହିତ କରୁଥିବା ଲୋକଙ୍କର ହୃଦଘାତର ଆଶଙ୍କା ଅଧିକ ରହିଥାଏ । କାରଣ ଶରୀର ଯେତେବେଳେ ନିଷ୍କ୍ରିୟ ରହିଥାଏ ସେତେବେଳେ ଧମନୀରେ ଚର୍ବି ଜାତୀୟ ପଦାର୍ଥ ନିର୍ମାଣ ହେବାକୁ ଲାଗିଥାଏ । ଏହି କାରଣରୁ ଯଦି ହୃଦୟରେ ରକ୍ତ ବହନ କରୁଥିବା ଧମନୀଗୁଡିକ ନଷ୍ଟ ହୋଇଯାଏ କିମ୍ବା ଅବରୋଧ ହୋଇଯାଏ ଏହା ହୃଦଘାତର କାରଣ ହୋଇଥାଏ । ତେଣୁ ସୁସ୍ଥ ହୃଦୟ ପାଇଁ ପ୍ରତିଦିନ ଯୋଗ ଏବଂ ବ୍ୟାୟାମ୍ କରିବା ଆବଶ୍ୟକ । ଏହା ଦ୍ୱାରା ହୃଦଘାତ ହେବାର ଆଶଙ୍କା ବହୁ ପରିମାଣରେ କମିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking