30.1 C
Bhubaneswar
Saturday, May 4, 2024
Homeଓଡିଶାରାଜ୍ୟରେ ୫ ଦିନ ଯାଏଁ ବର୍ଷା ନାହିଁ, ୬ରେ ଲଘୁଚାପ!

ରାଜ୍ୟରେ ୫ ଦିନ ଯାଏଁ ବର୍ଷା ନାହିଁ, ୬ରେ ଲଘୁଚାପ!

ଭୁବନେଶ୍ୱର: ଶ୍ରାବଣରେ ଗାଏବ ରହିଛି ବର୍ଷ । ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି । ରାଜ୍ୟରେ ୪/୫ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ ବୋଲି ଜେନାମଣି କହିଛନ୍ତି ।

ତାଙ୍କ କହିବା ମୁତାବକ, ‘୪/୫ ଯାଏଁ ଏଭଳି ସ୍ଥିତି ରହିବ । ବର୍ଷା ହେବାର ସମ୍ଭାବନା ନାହିଁ । ‘୬/୭ ଆଡକୁ ଏକ ଛୋଟ ଧରଣର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୬/୭ରେ ହେବାକୁ ଥିବା ଲଘୁଚାପରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଓଡ଼ିଶାରେ ଅଧା ମୌସୁମୀ ସରିଲାଣି, ଏଯାଏଁ ୮% କମ୍ ବର୍ଷା ହୋଇଛି । ଜୁନ୍ ମାସରେ ମାଇନସ୍ ୩୩% ବର୍ଷା ହୋଇଥିଲା । ଜୁଲାଇରେ ୨ଟି ଲଘୁଚାପ ଯୋଗୁଁ ଭଲ ବର୍ଷା ହୋଇଛି । ସୁନ୍ଦରଗଡ଼ରେ ସବୁଠାରୁ କମ୍ ଓ ବୌଦ୍ଧରେ ସର୍ବାଧିକ ବର୍ଷା ହୋଇଛି ।’

ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ରାଜ୍ୟରେ ଏବେ ମୌସୁମୀ ବିରତି ସ୍ଥିତି ଲାଗି ରହିଥିବା ବେଳେ ଗତ କିଛି ଦିନ ହେଲା ବର୍ଷାର ପ୍ରଭାବ କମିଛି। ଏଥିସହ ଦିନ ତାପମାତ୍ରା ବୃଦ୍ଧି ଓ ଉପକୂଳର ଉଚ୍ଚ ଆର୍ଦ୍ରତା ପ୍ରଭାବରେ ଗୁଳୁଗୁଳି ଅନୁଭୂତ ହେଉଛି। ରାଜ୍ୟରେ ଉଭୟ ଦିନ ଓ ରାତି ତାପମାତ୍ରା ଅନେକ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ରହିଛି। ବର୍ତ୍ତମାନ ଭବାନୀପାଟଣାଠାରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ୪.୪ ଡିଗ୍ରି ଅଧିକ ରହୁଥିବା ବେଳେ ସମ୍ବଲପୁରରେ ୩.୯ ଡିଗ୍ରି, ଭୁବନେଶ୍ବରରେ ୩.୮ ଡିଗ୍ରି, ଫୁଲବାଣୀରେ ୩.୭ ଡିଗ୍ରି, ଟିଟିଲାଗଡ଼ରେ ୩.୬ ଡିଗ୍ରି, ଚାନ୍ଦବାଲିରେ ୩.୪ ଡିଗ୍ରି ଓ କଟକରେ ୩.୧ ଡିଗ୍ରି ଲେଖାଏ ଦିନ ତାପମାତ୍ରା ଅଧିକ ରହିଛି। ମୌସୁମୀଜନିତ ନିମ୍ନ ଚାପରେଖାର ପଶ୍ଚିମ ଭାଗ ଫିରୋଜପୁର, ରୋହତକ, ବାହରିଚ ଦେଇ ହିମାଳୟ ପାଦଦେଶ ଯାଏ ଲମ୍ବଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking