33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମଦଠାରୁ ବି ଭୟଙ୍କର ଗଞ୍ଜେଇ

ମଦଠାରୁ ବି ଭୟଙ୍କର ଗଞ୍ଜେଇ

ନୂଆଦିଲ୍ଲୀ: ଧୂମପାନ ଆମ ଶରୀର ପାଇଁ କ୍ଷତିକାରକ ବୋଲି ଆମେ ଜାଣିଛେ । ତେବେ ଧୂମପାନକୁ ନେଇ ଅନେକ ସମୟରେ କିଛି ତଥ୍ୟ ସାମ୍ନାକୁ ଆସିଥାଏ । ସାଧାରଣ ଭାବେ ବିଡ଼ି, ସିଗାରେଟ, ମଦ୍ୟପାନ କରିବା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ବ୍ୟାପିଥାଏ । ତେବେ ଗଞ୍ଜେଇ ସେବନ କରିବା ଅନେକ ଲୋକଙ୍କର କୁଭ୍ୟାସ ରହିଥାଏ । ଗଞ୍ଜେଇ ଆମ ଶରୀରର ହୃଦ ସମସ୍ୟା ବୃଦ୍ଧିର କାରଣ ସାଜୁଥିବା ଏକ ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି ।

ନିକଟରେ ଜଣେ ୨୭ ବର୍ଷୀୟ ବ୍ୟକ୍ତି ଗଞ୍ଜେଇ ଦ୍ୱାରା ହାର୍ଟ ସମସ୍ୟାରେ ସଂକ୍ରମିତ ହୋଇଥିବା ଏକ ମେଡିକାଲ ଟିମ୍ ପକ୍ଷରୁ କୁହାଯାଇଛି । କିଛି ସପ୍ତାହ ତଳେ ଉକ୍ତ ବ୍ୟକ୍ତିଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହାର୍ଟ ସମ୍ବନ୍ଧୀୟ ଏକ ମେଡିସିନ ବିଭାଗରେ ଆଡମିଟ୍ କରାଯାଇଥିଲା । ତେବେ ରିପୋର୍ଟ ଆସିବା ପରେ ସମସ୍ତ ମେଡିକାଲ ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଗଞ୍ଜେଇ ମଣିଷର ଶରୀରରେ କାର୍ଡିଓଭାସ୍କୁଲାର ଆଶଙ୍କାକୁ ବୃଦ୍ଧି କରିଥାଏ । ଦୀର୍ଘଦିନ ଧରି ଧୂମପାନ, ଡ୍ରଗ, ଆଲକହଲ ସେବନ କରିବା ଦ୍ୱାରା ହାର୍ଟ ସମସ୍ୟାର କୌଣସି ଲକ୍ଷଣ ଦେଖା ଦେଇନଥିଲା । ମାତ୍ର ଗଞ୍ଜେଇ ସେବନ କରିବା ପରେ ନିକଟରେ ଜଣେ ରୋଗୀଙ୍କ ଠାରେ ହାର୍ଟ ସମସ୍ୟା ଦେଖାଦେଇଥିବା ରିପୋର୍ଟରେ କୁହାଯାଇଛି ।

ଜଣେ ରୋଗୀ ଦୀର୍ଘଦିନ ଧରି ଧୂମପାନ କରିବା ସହ ଗଞ୍ଜେଇ ସେବନ କରୁଥିଲେ । ତାଙ୍କଠାରେ ହାର୍ଟ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଯାଇ ନଥିଲା । ମାତ୍ର ନିକଟରେ ଗଞ୍ଜେଇ ସେବନ କରିବା ପରେ ତାଙ୍କର ଛାତି ଯନ୍ତ୍ରଣା ହୋଇଥିଲା । ଗଞ୍ଜେଇ ହାର୍ଟ ସମସ୍ୟା ଆଶଙ୍କାକୁ ବୃଦ୍ଧି କରୁଛି ଏନେଇ ଯୁବପୀଢ଼ିଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ଜରୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking