28.1 C
Bhubaneswar
Friday, April 26, 2024
Homeସ୍ୱାସ୍ଥ୍ୟପ୍ରତିଦିନ ନିମ୍ବ ପାଣିରେ ଧୁଅନ୍ତୁ ମୁହଁ:ଏହି ସବୁ ସମସ୍ୟାରୁ ମିଳିବ ମୁକ୍ତି

ପ୍ରତିଦିନ ନିମ୍ବ ପାଣିରେ ଧୁଅନ୍ତୁ ମୁହଁ:ଏହି ସବୁ ସମସ୍ୟାରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ଆଜିକାଲିର ଖରାପ ଖାଦ୍ୟ ଶୈଳୀ କାରଣରୁ ଆମେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେଥିମଧ୍ୟରୁ ଅନେକ ଲୋକେ ବର୍ତ୍ତମାନ ଚର୍ମ ଜନୀତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେମାନେ ବିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାନ୍ତି । ତଥାପି ଏହି ଉପାୟ କିଛି ପ୍ରଭାବ ପକାଏ ନାହିଁ । ତେବେ ଏପରି ପରିସ୍ଥିତିରେ ଆପଣ ଯଦି ଏହିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ,ତାହାଲେ ଆପଣ ନିମ୍ବ ପାଣି ବ୍ୟବହାର କରନ୍ତୁ । ଏହା ଚର୍ମ ସମସ୍ୟାରୁ ମୁକ୍ତି ଦେବାପାଇଁ ବେଶ୍ ଲାଭ ଦାୟକ ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ନିମ୍ବ ପାଣି କେଉଁ ସବୁ ସମସ୍ୟାରୁ ମୁକ୍ତି ଦେଇଥାଏ ।

ସ୍କିନ୍ ଆଲର୍ଜିରୁ ମୁକ୍ତି: ନିମ୍ବରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଯାହା ଚର୍ମରେ ଥିବା କ୍ଷତିକାରକ ଜୀବାଣୁ ସହ ଲଢିବାରେ ସାହାଯ୍ୟ କରେ । ଆପଣ ଯଦି ପ୍ରତ୍ୟେକ ଦିନ ନିମ୍ବ ପାଣିରେ ମୁହଁ ଧୁଅନ୍ତି ତେବେ ଏହା ମୁହଁରେ ଥିବା ଆଲର୍ଜି, ଦାଗ,କୁଣ୍ଡାଇ ହେବା ଇତ୍ୟାଦି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସାହାଯ୍ୟ କରିଥାଏ ।

ବ୍ରର୍ଣକୁ ଭଲ କରେ: ନିମ୍ବ ପାଣିରେ ମୁହଁ ଧୋଇବା ଦ୍ୱାରା ଏହା ବ୍ରଣ ରୁ ମୁକ୍ତି ଦେଇଥାଏ । କାରଣ ମୁହଁରେ ଥିବା ମଇଳା ଓ ତେଲକୁ ସଫାରେ କରିବାରେ ଏହା ସାହାଯ୍ୟ କରେ । ଏଥିସହିତ ବ୍ରଣର ପ୍ରଦାହକୁ ରୋକିଥାଏ । ତେବେ ଆପଣ ଯଦି ଏହି ବ୍ରଣ ସମସ୍ୟାର ସମ୍ମୁଖୀନ ହେଇଥାନ୍ତି ତାହାଲେ ଆପଣ ନିମ୍ବ ପାଣି ବ୍ୟବହାର କରନ୍ତୁ ।

ଅଏଲି ଓଡ୍ରାଏ ସ୍କିନରୁ ମୁକ୍ତି: ନିମ୍ବରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓବଂ ଆଣ୍ଟିସେପ୍ଟିକ୍ ଗୁଣ କ୍ଷତିକାରକ ଜୀବାଣୁକୁ ମାରିବାରେ ସାହାଯ୍ୟ କରେ । ଏହା ମୁହଁରେ ଥିବା ଅତ୍ୟଧିକ ତେଲକୁ ନିୟନ୍ତ୍ରଣ କରିଥାଏ,ଏବଂ ମୁହଁକୁ କୋମଳ ରଖିଥାଏ ।

ଦାଗ ସଫା ହୁଏ : ନିମ୍ବ ପାଣିରେ ପ୍ରତ୍ୟେକ ଦିନ ମୁହଁ ଧୋଇବା ଦ୍ୱାରା ଏହା ମୁହଁର ଗ୍ଲୋକୁ ବଢାଇଥାଏ । ଏଥିସହିତ ମୁହଁରେ ଥିବା ଦାଗ ଓ କଳାପଣରୁ ମୁକ୍ତି ମିଳିଥାଏ ।ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପ୍ରତ୍ୟେକ ଦିନ ନିମ୍ବ ପାଣିରେ ମୁହଁ ଧୁଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking