28.1 C
Bhubaneswar
Friday, May 3, 2024
Homeଅପରାଧ୧୬ ଥର ଛୁରୀ ଭୁସି ଯୁବକଙ୍କୁ ହତ୍ୟା

୧୬ ଥର ଛୁରୀ ଭୁସି ଯୁବକଙ୍କୁ ହତ୍ୟା

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଜଘନ୍ୟ ହତ୍ୟାକାଣ୍ଡ । ଯୁବକଙ୍କୁ ଛୁରୀ ଭୁସି ବୀଭତ୍ସ ହତ୍ୟା । ଥରେ କି ଦୁଇଥର ନୁହେଁ ୧୬ ଥର ଛୁରୀ ଭୁସି ଯୁବକଙ୍କ ଜୀବନ ନେଲା ଅଭିଯୁକ୍ତ । ଏଭଳି ହତ୍ୟାକାଣ୍ଡ ଘଟିଛି ଟାଉନ ଥାନା ଅନ୍ତର୍ଗତ ଟାଉନ୍ ବଲରାମପୁରରେ । ଛୁରା ମାଡରେ ମୃତ୍ୟୁ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ସାରଙ୍ଗ ଗାଁର ଅକ୍ଷୟ ଖଟୁଆ । ସେ ଜଣେ ଏସି ମେକାନିକ । ଗତକାଲି ଅପରାହ୍ନପରେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତ ଆଦିତ୍ୟ ପ୍ରସାଦ ବେହେରାକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଗୁରୁବାର ପ୍ରାୟ ସାଢେ ୪ ଟା ବେଳ ଅକ୍ଷୟ ଏବଂ ତାଙ୍କ ବନ୍ଧୁ ବଳରାମ ମହାରଣା ମାର୍ଶାଘାଇ ଅଞ୍ଚଳରୁ ଏକ ଏସି ମରାମତି ସାରି ଫେରୁଥିଲେ । ଏହି ସମୟରେ ଟାଉନ୍ ବଳରାମପୁର ହନୁମାନ ମନ୍ଦିର ନିକଟରେ ଅଟକି ଏକ ପାନ ଦୋକାନରେ ପାନ କିଣୁଥିବା ବେଳେ ହଠାତ୍ ସ୍ଥାନୀୟ ଯୁବକ ଆଦିତ୍ୟ ପ୍ରସାଦ ସେଠାରେ ପହଞ୍ଚି ପ୍ରଥମେ ବଳରାମଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା ।

ବଳରାମ ଜୀବନ ବିକଳରେ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ପରେ ଆଦିତ୍ୟ ଅକ୍ଷୟଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଅକ୍ଷୟ ତଳେ ପଡିଯିବା ପରେ ଆଦିତ୍ୟ ତାଙ୍କୁ ବାରମ୍ବାର ଛୁରୀରେ ଆକ୍ରମଣ କରି ଚାଲିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆଦିତ୍ୟକୁ କାବୁ କରି ନେଇଥିଲେ । ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ ତୁରନ୍ତ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ଆଦିତ୍ୟକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଦିତ୍ୟ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଓ ସେ ପୂର୍ବରୁ ବାରମ୍ବାର ଏପରି ଘଟଣା ଘଟାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ଅଭିଯୁକ୍ତ ଆଦିତ୍ୟ ସମ୍ପର୍କରେ ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇଛି । ବାରମ୍ବାର ଅଭିଯୋଗ ପରେବି ପୋଲିସ ପୂର୍ବରୁ କାହିଁକି ଆଦିତ୍ୟକୁ ଅଟକ ରଖିନଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ମୃତକଙ୍କ ପରିବାର ପକ୍ଷରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking