28.1 C
Bhubaneswar
Friday, May 3, 2024
Homeଅପରାଧଆଦିବାସୀ ନାବାଳିକାଙ୍କୁ ନ୍ୟାୟ; ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଆଦିବାସୀ ନାବାଳିକାଙ୍କୁ ନ୍ୟାୟ; ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର: ନାବାଳିକା ଦୁଷ୍କର୍ମ ମାମଲା ଆସିଛି ରାୟ । ପାଠ ପଢାଇବାକୁ ଆଣି ଘୃଣ୍ୟ କାମ କରିଥିଲା ଅଭିଯୁକ୍ତ । ଦୁଷ୍କର୍ମ କରି ଅନ୍ତଃସତ୍ତ୍ୱା କରିବା ଘଟଣାରେ ଅଭିଯୁକ୍ତ ଅଂଶୁମାନ ମହାପାତ୍ର (୩୧)କୁ ଫାଷ୍ଟଟ୍ରାକ୍ କୋର୍ଟ କେନ୍ଦୁଝରର ବିଚାରପତି ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁଯୟୀ, କେନ୍ଦୁଝର ଟାଉନ ଥାନା ଅଧୀନ ସରାସ ଗ୍ରାମର ଅଂଶୁମାନ ମହାପାତ୍ରଙ୍କ ସ୍ତ୍ରୀ ନିକଟସ୍ଥ ଏକ ଗ୍ରାମର ୧୨ବର୍ଷର ଆଦିବାସୀ ନାବାଳିକାର ମା’ ମୃତ୍ୟୁ ପରେ ପାଠ ପଢ଼ାଇବା କହି ନିଜ ଘରକୁ ଆଣିଥିଲେ ।

ନାବାଳିକାଙ୍କ ନିକଟସ୍ଥ ବିଦ୍ୟାଳୟରେ ନାମ ମଧ୍ୟ ଲେଖାଇଥିଲେ । ଏକ ଦେୱାନୀ ମାମଲାରେ ଟାଉନ ଥାନା ପୋଲିସ ଅଂଶୁମାନଙ୍କ ଘରେ ଚଢ଼ଉ ସମୟରେ ତାଙ୍କ ଘରେ କାମ କରୁଥିବା ଏକ ନାବାଳିକାକୁ ଉଦ୍ଧାର କରି ବଣିଆପାଟ ସ୍ଥିତ ଓପନସେଲଟର ହୋମରେ ଛାଡିଥିଲା । କିଛିଦିନ ପରେ ସମ୍ପୃକ୍ତ ନାବାଳିକା ଜଣକ ଗର୍ଭବତୀ ଥିବା ଅନୁମାନ କରି ସଖୀ ୱାନ ଷ୍ଟଫ ସହାୟତାରେ ନାବାଳିକା ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିବାରୁ ୬ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଏ ସମ୍ପର୍କରେ ନାବାଳିକା ଜଣକୁ ପଚରାଯିବାରୁ ଘରେ ସ୍ତ୍ରୀ ଅନୁପସ୍ଥିତ ଥିବା ସମୟରେ ଅଂଶୁମାନ ତାକୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ପ୍ରକାଶ କରିଥିଲେ ।

ଏ ସମ୍ପର୍କରେ ଓପନ ସେଲଟର ହୋମର ସମାଜସେବୀ ମୋନିକା ସାହୁ ୨୩ ଜୁନ ୨୦୨୧ରେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ଅଭିଯୁକ୍ତ ଅଂଶୁମାନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ମାମଲାର କିଛି ଦିନ ପରେ ନାବାଳିକା ଜଣକ ଏକ ମୃତ ଶିଶୁ କନ୍ୟାକୁ ଜନ୍ମ ଦେବାସହ କିଛିଦିନ ପରେ ସେ ମଧ୍ୟ ଆଖି ବୁଜି ଦେଇଥିଲା । ମୃତ ଶିଶୁ କନ୍ୟା ଓ ସମ୍ପୃକ୍ତ ନାବାଳିକା ଏବଂ ଅଭିଯୁକ୍ତ ଅଂଶୁମାନର ରକ୍ତ ନମୂନା ସଂଗ୍ରହ କରାଯାଇ ଡିଏନଏ ପରୀକ୍ଷା ପାଇଁ ପଠାଯାଇଥିଲା । ମୃତ ଶିଶୁ କନ୍ୟା ନାବାଳିକା ଓ ଅଭିଯୁକ୍ତ ଅଂଶୁମାନର ବୋଲି ଡିଏନଓ ରିପୋର୍ଟରେ ପ୍ରକାଶ ପାଇଥିଲା । ଏହି ମାମଲାରେ ମୋଟ ୧୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଫାଷ୍ଟଟ୍ରାକ୍ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ଅଭିଯୁକ୍ତ ଅଂଶୁମାନକୁ ଆଜୀବନ ଜେଲ୍ ଦଣ୍ଡାଦେଶ ସହ ୧ଲକ୍ଷ ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ପୀଡିତାଙ୍କ ପକ୍ଷରୁ ସ୍ପେଶାଲ ପି.ପି. ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking