27.1 C
Bhubaneswar
Wednesday, May 8, 2024
Homeଅପରାଧପରକ୍ରୀୟା ପ୍ରୀତିର କରୁଣ ପରିଣତି, ମହିଳାଙ୍କୁ ହାଣିଲା ଯୁବକ

ପରକ୍ରୀୟା ପ୍ରୀତିର କରୁଣ ପରିଣତି, ମହିଳାଙ୍କୁ ହାଣିଲା ଯୁବକ

ବ୍ରହ୍ମପୁର: ପରକ୍ରୀୟା ପ୍ରୀତିର କରୁଣ ପରିଣତି । ମହିଳାଙ୍କୁ ଯୁବକର ମରଣାନ୍ତକ ଆକ୍ରମଣ । ମହିଳାଙ୍କୁ ରକ୍ଷା କରିବାକୁ ଯାଇ ଆଉ ଜଣେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଘଟଣା ପରେ ରକ୍ତ ଭିଜା କାତି ସହ ଥାନାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରଘୁପତି ନଗର ଅଞ୍ଚଳରେ ଏଭଳି ଛାତିଥରା ଘଟଣା ଘଟିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ରଘୁପତି ନଗର ଅଞ୍ଚଳର ମାଧୁରୀ ପଣ୍ଡା ନାମକ ଜଣେ ବିବାହିତ ମହିଳା ଏବଂ ଶୁଭମଙ୍କ ମଧ୍ୟରେ ଗତ ସାତ ବର୍ଷ ଧରି ସମ୍ପର୍କ ଥିଲା ।

ଇତି ମଧ୍ୟରେ ଶୁଭମଙ୍କ ବିବାହ ସରିଥିବା ବେଳେ ମାଧୁରୀ ତାଙ୍କ ଉପରେ ମାନସିକ ଚାପ ପକାଇବା ସହ ନାମିଦାମୀ ସାମଗ୍ରୀ ଦେବାକୁ ଦାବି କରି ଆସୁଥିଲେ । ଏଥିରେ ଅତିଷ୍ଟ ହୋଇ ମାଧୁରୀଙ୍କୁ ହତ୍ୟା କରିବା ପାଇଁ ପଣ କରିଥିଲେ ଶୁଭମ । ସୋମବାର ସନ୍ଧ୍ୟା ସମୟରେ ଘର ପାଖରେ ହେଉଥିବା ଟ୍ୟୁସନରୁ ପୁଅକୁ ଆଣିବା ପାଇଁ ଯାଇଥିଲେ ମାଧୁରୀ । ଏତିକି ବେଳେ ଟ୍ୟୁସନରେ ପହଞ୍ଚିଥିଲା ଶୁଭମ । କିଛି ଭାବିବା ଆଗରେ ମାଧୁରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ଶୁଭମ । ତାଙ୍କ ଶରୀରର ବିଭିନ୍ନ ଅଂଶରେ ଗଭୀର ଆଘାତ ଲାଗିଛି । ସେଠାରେ ଉପସ୍ଥିତ ଥିବା ସୋନାଲି ସାହୁ ତାଙ୍କୁ ରକ୍ଷା କରିବାକୁ ଯାଇ ନିଜେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଉଭୟଙ୍କୁ ରକ୍ତ ଜୁଡୁହୁଡୁ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁହିଁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking