28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବିଶ୍ବର ସବୁଠାରୁ ନୃଶଂସ ମହିଳା; ଯିଏକି ସୁନ୍ଦର ଦେଖିଯିବା ପାଇଁ ୬୫୦ ଲୋକଙ୍କୁ ହତ୍ୟା କରି...

ବିଶ୍ବର ସବୁଠାରୁ ନୃଶଂସ ମହିଳା; ଯିଏକି ସୁନ୍ଦର ଦେଖିଯିବା ପାଇଁ ୬୫୦ ଲୋକଙ୍କୁ ହତ୍ୟା କରି ପିଇଥିଲେ ରକ୍ତ

ନୂଆଦିଲ୍ଲୀ: ଆପଣ ନିଶ୍ଚୟ କିଛି ହରର୍ ଚଳଚ୍ଚିତ୍ରରେ ଦେଖିଥିବେ ଯେ ମହିଳାମାନେ ନିଜକୁ ଯବାନ୍ ଏବଂ ସୁନ୍ଦର ରଖିବା ପାଇଁ ଲୋକଙ୍କ ରକ୍ତ ପିଅନ୍ତି। ସିନେମାରେ ସବୁକିଛି ସମ୍ଭବ ହେଉଥିବା ବେଳେ ବାସ୍ତବରେ ଏଭଳି ଘଟଣା ଲୋକଙ୍କ ପାଇଁ ସ୍ବପ୍ନ ଭଳି ଅଟେ। କିନ୍ତୁ ଏବେବି କିଛି ଲୋକମାନେ ବିଶ୍ବାସ କରନ୍ତି ଯେ ୧୬୦୦ ଖ୍ରୀଷ୍ଟାବ୍ଦରେ ଏପରି ଜଣେ ମହିଳା ଥିଲେ, ଯାହାଙ୍କୁ ଦୁନିଆର ସବୁଠାରୁ ମାରାତ୍ମକ ମହିଳା ଭାବରେ ପରିଗଣିତ କରାଯାଇଥିଲା। କାହିଁକି ନା କିଛି ଲୋକ କଥା ଓ କିଛି ପୁସ୍ତକରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ନିଜର ରୁପ ଓ ଯୌବନକୁ ବଜାୟ ରଖିବା ପାଇଁ ମହିଳା ଜଣଙ୍କ ୬୦୦ ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିଲେ ଓ ସେମାନଙ୍କ ରକ୍ତ ପିଇଥିଲେ। ଏହି ମହିଳାଙ୍କ ସମ୍ପର୍କରେ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ୟ କିଛି ଆର୍ଟିକିଲ ପ୍ରକାଶ ପାଇଥିଲା। ତେବେ କିଏ ଏହି ମହିଳା ଆସନ୍ତୁ ଜାଣିବା…

ଅନ୍ତର୍ଜାତୀୟ ଗଣମାଧ୍ୟମ ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ହଙ୍ଗେରୀର ଏହି ମହିଳାଙ୍କ ନାମ କାଉଣ୍ଟେସ୍ ଏଲିଜାବେଥ୍ ବାଥୋରୀ। ସେ ୧୫୬୦ ଖ୍ରୀଷ୍ଟାବ୍ଦରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ଲୋଭାସିଆରେ ଥିବା କାଚାଟିସ୍ ଦୁର୍ଗରେ ସେ ସେତେବେଳେ ଏକ ଚମତ୍କାର ଜୀବନ ଅତିବାହିତ କରିଥିଲେ। ମହିଳା ଜଣଙ୍କ ନିଜକୁ ‘କାଉଣ୍ଟେସ୍ ଡ୍ରାକୁଲା’ ନାମରେ ପରିଚିତ କରାଇଥିଲେ।  ଜାଣିଶୁଣି କୃଷକଘରର ଝିଅମାନଙ୍କୁ ସେମାନଙ୍କ ପରିବାରଠାରୁ ଅପହରଣ କରି ଆଣି କାରାଗାରରେ ରଖୁଥିଲା ଏବଂ ପରେ ସେମାନଙ୍କୁ ହତ୍ୟା କରିଦେଉଥିଲା। ବାଥୋରୀର ବର୍ବରତା କେବଳ ହତ୍ୟାରେ ଅଟକି ନଥିଲା। ସେ ପୀଡିତାଙ୍କୁ ନିର୍ଯାତନା ଦେବା ପାଇଁ ନିଷ୍ଠୁର ପଦ୍ଧତି ଆପଣାଉଥିଲା। ସେ ପିନ୍ ଦ୍ବାରା ଝିଅମାନଙ୍କ ନଖ ଉପାଡ଼ିଦେବା ସହ ସେମାନଙ୍କର ସ୍ତନ, ଆଙ୍ଗୁଠି ଏବଂ ଯୌନାଙ୍ଗ କାଟିବା ପରେ ଝିଅ ମାନଙ୍କୁ ଥଣ୍ଡା ସ୍ଥାନରେ ଛାଡିଦେଉଥିଲା।

ସେ କେବଳ କୃଷକ ଏବଂ ଗରିବ ଝିମାନଙ୍କୁ ନିର୍ଯାତନା ଦେଇଉଥିଲା ବରଂ ଧନୀଘରର ଝିଅମାନଙ୍କୁ ମଧ୍ୟ ସମାନ ଢ଼ଙ୍ଗରେ ହତ୍ୟା କରୁଥିଲା। ବାଥୋରୀ ପୀଡିତାଙ୍କୁ ହତ୍ୟା କରିବା ପରେ ସେମାନଙ୍କ ରକ୍ତରେ ସ୍ନାନ କରି ରୁପ ଓ ଯୌବନର ଚମକ ବଢ଼ାଇବା ପାଇଁ ସେହି ରକ୍ତକୁ ପିଉଥିଲା। ବାଥୋରୀ ବିଶ୍ୱାସ କରୁଥିଲା ଯେ ଏହା ତାର ଯୌବନକୁ ଦିର୍ଘ ବର୍ଷ ବଜାୟ ରଖିବାରେ ସାହାଯ୍ୟ କରିବ। ବାଥୋରୀ ବହୁତ ଧନୀ ଥିଲା। ଏଭଳି ପରିସ୍ଥିତିରେ ତାଙ୍କ ଇଚ୍ଛା ବିନା କେହି ତା ନିକଟକୁ ଯାଇପାରୁନଥିଲେ। ବାରମ୍ବାର ଏଭଳି ହତ୍ୟା ଘଟିଚାଲିବା ପରେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା। ୧୫୯୦ ରୁ ୧୬୧୦ ମଧ୍ୟରେ ଅନେକ ହତ୍ୟା କରିଥିଲା। ପରିଶେଷରେ, ଡିସେମ୍ବର ୧୬୧୦ରେ ଚାରିଜଣ ସେବକଙ୍କ ସହିତ କାଉଣ୍ଟେସ୍ ଡ୍ରାକୁଲା ଓରଫ୍ ବାଥୋରୀକୁ ଗିରଫ କରାଯାଇଥିଲା।

ବାଥୋରୀ ବିରୁଦ୍ଧରେ ୮୦ ଜଣ ଝିଅଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ କାଉଣ୍ଟେସର ଡାଏରୀ ଦେଖିଥିବା ଜଣେ ସାକ୍ଷୀ କହିଥିଲେ ଯେ ହତ୍ୟାର ସଂଖ୍ୟା ପ୍ରକୃତରେ ୮୦ ନୂହେଁ ବରଂ ୬୫୦ ଥିଲା। ଏହା ପରେ କାଉଣ୍ଟେସକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ଏବଂ ୧୬୧୪ ଶ୍ରୀଷ୍ଟାବ୍ଦରେ ୫୪ ବର୍ଷ ବୟସରେ ବାଥୋରୀର ମୃତ୍ୟୁ ହୋଇଥିଲା। ତେବେ କେଉଁଠି ବାଥୋରୀର କବର ଦିଆଯାଇଥିଲା, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଲୋକମାନଙ୍କର ଧାରଣାରହିଛି ଯେ, ତାକୁ ରାଜପ୍ରାସାଦ ପଡ଼ିଆରେ କବର ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking