28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଲାଇନଚ୍ୟୁତ ହେଲା ଟ୍ରେନ,୪୮ ମୃତ

ଲାଇନଚ୍ୟୁତ ହେଲା ଟ୍ରେନ,୪୮ ମୃତ

ତାଇୱାନ : ପୁର୍ବି ତାଇୱାନ ଠାରେ ପାହାଡରୁ ଖସିଥିବା ପଥରରେ ମାଡ ହୋଇ ଏକ ଟ୍ରେନ ଆଂଶିକ ଭାବରେ ଲାଇନ ଚ୍ୟୁତ ହୋଇଯିବାରୁ ୪୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ୭୨ ଜଣ ଆହାତ ହୋଇଛନ୍ତି । ତାଇୱାନର ସବୁଠାରୁ ବିପଦପୁର୍ଣ୍ଣ ଏହି ଟ୍ରେନ ଦୁର୍ଘଟଣାରେ ଟ୍ରେନର କିଛି ଏବେ ମଧ୍ୟ ସୁଡଙ୍ଗରେ ଫସି ହୋଇ ରହିଛି । ଏହି କାରଣରୁ ଯାତ୍ରୀ ମାନେ ସୁରକ୍ଷିତ ଭାବରେ ଟ୍ରେନରୁ ବାହାରି ପାରି ନାହାନ୍ତି । ସୂଚନାମୁତାବିକ, ଟ୍ରେନରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ । ରାଷ୍ଟ୍ରୀୟ ଦମକଳ ବାହୀନି ତରଫରୁ ମୃତକ ମାନଙ୍କ ସଂଖ୍ୟା ସ୍ପଷ୍ଟ କରାଯାଇଛି । ମୃତକ ମାନଙ୍କ ମଧ୍ୟରେ ଯୁବକ ଓ ନବବିବାହିତ ମାନେ ମଧ୍ୟ ଥିଲେ । ଦମକଳ ବାହିନୀଙ୍କ କହିବା ଅନୁସାରେ ସମସ୍ତ ଯାତ୍ରୀଙ୍କ ପରିଚୟ ମିଳିସାରିଛି ଓ ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଯାତ୍ରୀ ଆହାତ ହୋଇଛନ୍ତି ।
ରେଳ ପ୍ରଶାସନର କହିବା ଅନୁସାରେ ଗୋଟିଏ ଟ୍ରକ ପାହାଡ ଉପରୁ ଖସିଥିଲା । ଯାହା ଖସି ଆସି ରେଳଲାଇନ ଉପରେ ପଡିଥିଲା । ସେଥିରେ ପିଟି ହୋଇ ଟ୍ରେନଟି ଲାଇନ ଚ୍ୟୁତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking