30.1 C
Bhubaneswar
Friday, April 26, 2024
Homeମନୋରଞ୍ଜନଲୋକାର୍ପିତ ହେଲା ସଂଘର୍ଷମୟ ଜୀବନର କାହାଣୀ ଚଳଚ୍ଚିତ୍ର ‘ଟି’ ର ଟ୍ରେଲର, ମେ ୨୫ରେ କରିବ...

ଲୋକାର୍ପିତ ହେଲା ସଂଘର୍ଷମୟ ଜୀବନର କାହାଣୀ ଚଳଚ୍ଚିତ୍ର ‘ଟି’ ର ଟ୍ରେଲର, ମେ ୨୫ରେ କରିବ ମୁକ୍ତିଲାଭ

ମୁମ୍ବାଇ: ଚଳଚ୍ଚିତ୍ର ‘ଟି’ର ଟ୍ରିଜର ରିଲିଜ ପରେ ଭୁବନେଶ୍ୱର ସ୍ଥିତ ସିନେପଲିସଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଟ୍ରେଲର ରିଲିଜ ହୋଇଯାଇଛି । ଏହି ଟ୍ରେଲର ରିଲିଜ ଅବସରରେ ଓଲିଉଡ଼ ସିନେ ଇଣ୍ଡଷ୍ଟ୍ରିର ବହୁ ଖ୍ୟାତନାମା ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ତଥା ଅନେକ ସିନେ ସମୀକ୍ଷକ ଯୋଗଦେଇଥିଲେ । ଟ୍ରାନ୍ସଜେଣ୍ଡରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ କୁ ୟୁ/ଏ ସାର୍ଟିଫିକେଟ ମିଳିଯିବା ପରେ ପ୍ରଯୋଜନା ସଂସ୍ଥା ତଥା ଦର୍ଶକଙ୍କ ମନ ଅନନ୍ଦିତ ହୋଇଥିଲା । ସୂଚନା ମୁତାବକ, ପାନୋରମା ମ୍ୟୁଜିକ ଏବଂ ସ୍ଟୁଡିଓ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ‘ଟି’ ସହିତ ମିଳିତ ଭାବରେ ପ୍ରଚାର ପ୍ରସାର କରୁଛନ୍ତି ।

ଯେଉଁଥିରେ କି ଟିଜର ,ଟ୍ରେଲର ଏବଂ ଫିଲ୍ମର ଗୀତ ଗୋଡ଼ିକ ଦେଖିବାକୁ ପାଇବେ । ଟ୍ରେଲର ଲୋକାର୍ପଣ ଉତ୍ସବରେ କିନ୍ନର ମେଘନା ସାହୁ, କିନ୍ନର ସମୀକ୍ଷା, ଅଭିନେତା ଦେବାଶିଷ ସାହୁ, ରଣବୀର କଲସୀ, ସହପ୍ରଯୋଜକ ମନବୀର ସିଂ କଲସୀ, ସହପ୍ରଯୋଜକ ହିମାଦ୍ରି ତନୟା ଦାସ, ନିର୍ଦ୍ଦେଶକ ଜିତେଶ କୁମାର ପରିଡା ଓ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବେ ଉଚ୍ଚ ପ୍ରଶଂସା ସହିତ ଅନେକ ସାର୍ଟିଫିକେଟ ହାତେଇଥିବା ଚଳଚ୍ଚିତ୍ର ‘ଟି’ । ଟ୍ରାନ୍ସଜେଣ୍ଡରଙ୍କୁ ନେଇ ସର୍ବଭାରତୀୟ ସ୍ତରରେ ଛୋଟ ପରଦାରେ ପୂର୍ବରୁ ପରିକଳ୍ପନା ହୋଇଥିଲା ବେଳେ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଜିତେଶ କୁମାର ପରିଡା ବଡ଼ ପରଦା ପାଇଁ ପରିକଳ୍ପନା କରିଛନ୍ତି ଏବଂ କିନ୍ନର ମାନଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ଚଳଚ୍ଚିତ୍ର ‘ଟି’ ନିର୍ମାଣ କରିଛନ୍ତି । ପୂର୍ବରୁ ବିଭିନ୍ନ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଦେବାଶିଷ ସାହୁ ମେଘନା ସାହୁ ଚରିତ୍ରରେ ନଜର ଆସିବେ । ତାଙ୍କ ବ୍ୟତୀତ ଉଷସୀ ମିଶ୍ର, ହର ରଥ, ରଣବୀର କଳସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking