26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶବିଏସ୍‌ଇରେ ନିବେଶକଙ୍କ ମୋଟ ସମ୍ପତ୍ତି ୩୦୧.୭୦ ଲକ୍ଷ କୋଟି

ବିଏସ୍‌ଇରେ ନିବେଶକଙ୍କ ମୋଟ ସମ୍ପତ୍ତି ୩୦୧.୭୦ ଲକ୍ଷ କୋଟି

ନୂଆଦିଲ୍ଲୀ : ବିଏସ୍‌ଇ (ପୂର୍ବନାମ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ)ରେ ପଞ୍ଜିକୃତ ହୋଇଥିବା କମ୍ପାନୀଗୁଡିକର ମୋଟ ସମ୍ପତ୍ତି ପରିମାଣ ଗୁରୁବାର ସୁଦ୍ଧା ୩୦୧.୭୦ ଲକ୍ଷ କୋଟି (୩,୦୧,୭୦,୬୩୫.୮୯ କୋଟି) ଟଙ୍କାରେ ପହଞ୍ଚିଥିବା ଜଣାପଡିଛି । ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି । ଘରୋଇ ଇକ୍ୱିଟିଜ୍‌ରେ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ଏଥିରୁ ପ୍ରମାଣ ମିଳୁଛି । ବିଗତ କିଛିଦିନ ଧରି କ୍ରମାଗତଭାବେ ବିଏସ୍‌ଇ ସେନ୍‌ସେକ୍ସରେ ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇଆସୁଛି । ଗୁରୁବାର ମାର୍କେଟ କାରବାର ଶେଷ ସୁଦ୍ଧା ସେନ୍‌ସେକ୍ସ ସର୍ବକାଳୀନ ରେକର୍ଡ ୬୫,୭୮୫.୬୪ରେ ପହଞ୍ଚିଥିଲା । ଜୁନ୍ ୨୬ରୁ ଜୁଲାଇ ୪ ମଧ୍ୟରେ ସେନ୍‌ସେକ୍ସ ୨୫୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିଲା । କେବଳ ଜୁନ୍ ୫ରେ ସେନ୍‌ସେକ୍ସ ୩୩.୦୧ ପଏଣ୍ଟ ହ୍ରାସ ପାଇଥିବାବେଳେ ବିଏସ୍‌ଇରେ ପଞ୍ଜୀକୃତ କମ୍ପାନୀଗୁଡିକର ମୋଟ ସମ୍ପତ୍ତି ପରିମାଣ ୨୯୯.୯୦ ଲକ୍ଷ କୋଟି ଛୁଇଁଥିଲା ।

ତେବେ ଗୁରୁବାର ପୁଣି ସେନ୍‌ସେକ୍ସରେ ଉନ୍ନତି ଘଟିବାରୁ ଏହି କମ୍ପାନୀଗୁଡିକର ସମ୍ପତ୍ତି ପରିମାଣ ୩୦୦ ଲକ୍ଷ କୋଟି ଅତିକ୍ରମ କରିବାରେ ସଫଳ ହୋଇଛି । ଗୁରୁବାର ଗୋଟିଏ ଦିନରେ ନିବେଶକଙ୍କ ସମ୍ପତ୍ତି ୧.୮୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଥିବା କୁହାଯାଇଛି । ସୂଚନାଯୋଗ୍ୟ ୨୦୧୪ ନଭେମ୍ବର ୨୮ରେ ବିଏସ୍‌ଇରେ ପଞ୍ଜିକୃତ କମ୍ପାନୀଗୁଡିକର ମୋଟ ସମ୍ପତ୍ତି ପରିମାଣ ପ୍ରଥମ ଥର ୧୦୦ ଲକ୍ଷ କୋଟି ଛୁଇଁଥିଲା । ୨୦୨୧ ଫେବୃଆରୀ ୪ରେ ଏହା ୨୦୦ ଲକ୍ଷ କୋଟିରେ ପହଞ୍ଚିଥିଲା । ଗୁରୁବାର ସେନ୍‌ସେକ୍ସରେ ଉନ୍ନତି ଘଟିଥିବାରୁ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା କମ୍ପାନୀ ସବୁଠାରୁ ଅଧିକ ଲାଭବାନ ହୋଇଥିଲା ।

ଏହାରର ସେୟାର ମୂଲ୍ୟରେ ୫ ପ୍ରତିଶତ ବୃଦ୍ଧି ଘଟିଥିଲା । ଅନ୍ୟମାନଙ୍କ ମଧ୍ୟରେ ପାୱାର ଗ୍ରୀଡ୍‌, ଟାଟା ମୋଟର୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଏନ୍‌ଟିପିସି, ଆକ୍ସିସ୍ ବ୍ୟାଙ୍କ, ନେସ୍‌ଲେ ଇଣ୍ଡିଆ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଏସିଆନ ପେଣ୍ଟ୍‌ସ ଓ ୱିପ୍ରୋ ମଧ୍ୟ ଭଲ ଲାଭ ଉଠାଇଥିଲେ । ତେବେ ମାରୁତି ଉଦ୍ୟୋଗ, ଏଚ୍‌ସିଏଲ ଟେକ୍ନୋଲୋଜି, ବଜାଜ ଫାଇନାନ୍ସ, ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ, ଆଇଟିସି ଏବଂ ଟାଟା ଷ୍ଟିଲ ଭଳି କମ୍ପାନୀ କ୍ଷତିର ସମ୍ମୁଖୀନ ହୋଇଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ୨୦୨୩ ଜାନୁଆରୀ ୧୩ ସୁଦ୍ଧା ୫୩୧୧ଟି କମ୍ପାନୀ ବିଏସ୍‌ଇରେ ପଞ୍ଜୀକୃତ ହୋଇଥିଲେ । ସେନ୍‌ସେକ୍ସରେ ଉନ୍ନତି ଘଟି ଚାଲିଥିବାରୁ ବିଦେଶୀ କମ୍ପାନୀଗୁଡିକ ଭାରତୀୟ ମାର୍କେଟରେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରିବାକୁ ବର୍ତ୍ତମାନ ଆଗ୍ରହ ପ୍ରକାଶ କରୁଛନ୍ତି । ଜୁଲାଇ ୫ରେ ବିଦେଶୀ କମ୍ପାନୀଗୁଡିକ ଭାରତୀୟ ମାର୍କେଟରେ ୧୬୦୩.୧୫ କୋଟି ଟଙ୍କାର ପୁଞ୍ଜି ନିବେଶ କରିଥିବା ଷ୍ଟକ୍ ଏକ୍ସଚେଞ୍ଜ ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking