27.1 C
Bhubaneswar
Tuesday, May 7, 2024
Homeବିଜିନେସ୍ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲା ଗୋ-ଫାଷ୍ଟ

ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲା ଗୋ-ଫାଷ୍ଟ

ନୂଆଦିଲ୍ଲୀ: ଦେବାଳିଆ ହୋଇପଡିଥିବା ଅନ୍ୟତମ ଘରୋଇ ଏୟାରଲାଇନ୍ସ ଗୋ-ଫାଷ୍ଟ ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ସୂଚନାଯୋଗ୍ୟ କିଛିଦିନ ପୂର୍ବେ ଏହି ଏୟାରଲାଇନ୍ସକୁ ଲିଜ୍‌ରେ ବିମାନ ଯୋଗାଇଥିବା କମ୍ପାନୀଗୁଡିକ ସେମାନଙ୍କ ବିମାନର ଅବସ୍ଥା ନିରୀକ୍ଷଣ କରିପାରିବେ ବୋଲି ଦିଲ୍ଲୀ ହାଇକୋର୍ଟର ଜଣିକିଆ ପୀଠ ରାୟ ଦେଇଥିଲେ ।

ଏହାର ପ୍ରତିବାଦରେ ଗୋ-ଫାଷ୍ଟ ପକ୍ଷରୁ ହାଇକୋର୍ଟରେ ସାନି ପିଟିସନ ଦାଏର କରାଯାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ସତୀଶଚନ୍ଦ୍ର ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଆସନ୍ତା ୧୦ରେ ଏହାର ଶୁଣାଣି କରାଯିବ ବୋଲି ଜଣାପଡିଛି । ବର୍ତ୍ତମାନ ଜୁଲାଇ ୧୧ ପର୍ଯ୍ୟନ୍ତ ଗୋ-ଫାଷ୍ଟ ତାହାର ସମସ୍ତ ଉଡାଣ ବାତିଲ କରିଛି । ପୁନଶ୍ଚ ଲିଜ୍‌ରେ ଆଣିଥିବା ବିମାନକୁ ଗୋ-ଫାଷ୍ଟ ସେବାରେ ନିୟୋଜିତ କରିପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହାର ପ୍ରତିବାଦରେ ଗୋ-ଫାଷ୍ଟ କର୍ତ୍ତୃପକ୍ଷ ଏନ୍‌ସିଏଲଟି (ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ)ରେ ଅପିଲ କରିବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking