28.9 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗସୁକିନ୍ଦାରେ ବିଜେପିର ଆତ୍ମ ସମୀକ୍ଷାର ବେଳ ଆସିଛି, ବିଜେପି ଛାଡି ବିଜେଡ଼ି ମୁଂହା 

ସୁକିନ୍ଦାରେ ବିଜେପିର ଆତ୍ମ ସମୀକ୍ଷାର ବେଳ ଆସିଛି, ବିଜେପି ଛାଡି ବିଜେଡ଼ି ମୁଂହା 

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେପି ଓ କଂଗ୍ରେସ ଦଳ ସଂଗଠନ କ୍ରମଶଃ ଦୁର୍ବଳ ଆଡକୁ ଘନେଉଛି । କଂଗ୍ରେସ ଦଳ ପ୍ରତି କର୍ମୀ ମାନେ ବିମୁଖ ହୋଇ ଦଳ ବଦଳାଉଛନ୍ତି । ବିଜେଡ଼ି ଆଡକୁ କଂଗ୍ରେସ କର୍ମୀ ମାନେ ମନସ୍ତ କରୁ ଥିବାର ଲକ୍ଷ କରାଯାଇଛି । ଦଳ ବଦଳ ସୁକିନ୍ଦାରେ ବିଶେଷ ଦେଖାଯାଉଛି । ବିଜେଡ଼ି ରେଯୋଗ ଦାନ ବିଜେପିରୁ ପରିତ୍ୟାଗ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ନିତିଦିନିଆରେ ପରିଣତ ହେଉଛି ।ଦଳ ବଦଳ ଯୋଗୁ ବିଜେପି ପାଇଁ କାଳ ସଦୃଶ ପରି ମନେ ହେଉଛି । ବିଜେପି ରୁ କର୍ମୀ ମାନେ ମୁଂହ ମୋଡି ବିଜେଡ଼ିକୁ ମୁଂହ ବୁଲାଉଛନ୍ତିଏହାର କରଣ ଖୋଜି ଆତ୍ମ ସମୀକ୍ଷା ବେଳ ବିଜେପି ପାଇଁ ଆସିଛି । ବିଜେଡ଼ି କାୟା ବିସ୍ତାର କରି ଚାଲିଛି । ବିଜେଡ଼ି ଯୁବବାହିନୀ ବିଧାୟକ ଇଂପ୍ରୀତି ରଞ୍ଜନ ଘଡେ଼ଇଙ୍କ ନେତୃତ୍ୱରେ ସାଧାରଣ ଲୋକଙ୍କ ସହିତ ରହି ସେମାନଙ୍କ ସମସ୍ୟାକୁ ସମାଧାନ କରୁଥିବାରୁ ବିଜେଡ଼ି ପ୍ରତି ସେମାନଙ୍କ ଆତ୍ମ ବିଶ୍ୱାସ ଆସୁଛି । ବିଧାୟକ ଯୁବକ ମାନଂକୁ ପ୍ରାଧାନ ଦେଉଥିବାରୁ ଯୁବକ ମାନଙ୍କ ମନବଳ ଯୋଗୁ ସଂଗଠନ ସୁଦୁଢ଼ ହେବା ରେ ଲାଗିଛି । ସାଙ୍ଗଠନିକ ସ୍ତରରେ ବିଜେଡ଼ି ଯୁବକ ମାନଂକୁ ସାଙ୍ଗଠନିକ ଦକ୍ଷତା ଅନୁଯାଇ ପଦ ପଦବୀରେ ନିଯୁକ୍ତ କରିବା ସୁକିନ୍ଦା ଇତିହାସରେ ପ୍ରଥମ ବୋଲି ଚର୍ଚ୍ଚା ହେଉଛି । ଯୁବକ ମାନଂକୁ ପ୍ରାଧାନ ଦେଇ ବିଭିନ୍ନ ପଦ ପଦବୀରେ ନିଯୁକ୍ତ କରିବା ବିଧାୟକ ଲକ୍ଷ ବିଧାୟକଙ୍କ ଯୁବକ ଶକ୍ତି ମାନଂକୁ ପ୍ରଧାନ ଦେଉ ଥିବାରୁ ସେମାନଙ୍କ ମନୋବଳ ବୃଦ୍ଧି ପାଉଛି । ବିଜେଡ଼ିର ସଂଗଠନକୁ ଗତିଶୀଲ କରିବା ପାଇଁ ଯୁବକ ମାନଂକୁ ପଦ ପଦବୀ ଦେଇ ସାଙ୍ଗଠନିକ କାର‌୍ୟ୍ୟରେ ଲଗାଇ ଥିବାରୁ ବିଜେଡ଼ି କେତକ ନେତୃସ୍ଥାନୀୟ ବ୍ୟକ୍ତି ଅସନ୍ତୋଷ ରହି ଥିଲେ ମଧ୍ୟ ସେମାନଙ୍କ ମୁଂହ ଖୋଲିବାକୁ ସାହାସ ନାହଁ କ୍ଷ ବିଧାୟକ ଙ୍କ ନେତୃତ୍ୱ ରେ ଯୁବ ସଂଗଠକ ମାନେ ଚତୁରତା ଓ ନିକଟ ତର ହୋଇ କଂଗ୍ରେସ ଓ ବିଜେପି ସଂଗଠନ କୁ ଭାଙ୍ଗି ବା ର ପ୍ରୟାସ ଆରମ୍ଭ କରି ପ୍ରଥମ ପହୁଛ ଅତି କର୍ମ କରି ପାହୁଛ ଗୁଡିକ ଅତିକ୍ରମ କରୁଛନ୍ତି ଆଗକୁ କେତେ ଦୁର ସଫଳତାର ଚାବି କାଟି ପାଇବେ ପଂଚାୟତ ନିର୍ବାଚନରୁ ଜଣା ପଡିବ ବିଜେଡ଼ି ଏକବିଚାରଧାରା ।
ଓଡ଼ିଶାର ବିକାଶ ପାଇଁ ସମର୍ପିତ ବିଜୁ ଜନତା ଦଳର ବିଚାରଧାରାରେ ଆକୃଷ୍ଟ ହୋଇଛନ୍ତି ଦାନଗଦି ଓ ସୁକିନ୍ଦା ବ୍ଲକର ବିଜେପି ସମର୍ଥକ। ଶାସକ ଦଳର ଲୋକାଭିମୁଖୀ କାର‌୍ୟ୍ୟ ଓ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଉଙ୍କ ଦୃଢ଼ ନେର୍ତ୍ତୃତ୍ୱରେ ପ୍ରଭାବିତ ହୋଇ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ ତ୍ରିଜଙ୍ଗା ପଞ୍ଚାୟତ ସୋଲେଇ ଆଦିବାସୀ ସାହି ଓ ସୁକିନ୍ଦା ବ୍ଲକ ହାତୀବାରି ପଞ୍ଚାୟତର ଶତାଧିକ ବିଜେପି କର୍ମୀରବିବାର ବିଜେଡ଼ିରେ ଯୋଗ ଦେଇଛନ୍ତି । ସୁକିନ୍ଦା ବିଧାୟକ ତଥାବିଜେଡ଼ିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡ଼ାଇ,ଏମାନଙ୍କୁ ନିଜ ଦଳରେ ସ୍ୱାଗତ କରିଛନ୍ତି । ଆଜିର ମିଶ୍ରଣ ଯୋଗୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନ ମଜଭୁତ ହେବାର ଆଶାବ୍ୟକ୍ତ କରିଛନ୍ତି ବିଧାୟକ ଘଡାଇ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking