34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକେବଳ ୧୮ % ଭାରତୀୟ ଉପଭୋକ୍ତା ହ୍ୱାଟ୍ସଆପ ବ୍ୟବହାର ଜାରି ରଖିପାରନ୍ତି : ଗବେଷଣାରୁ ପ୍ରକାଶ

କେବଳ ୧୮ % ଭାରତୀୟ ଉପଭୋକ୍ତା ହ୍ୱାଟ୍ସଆପ ବ୍ୟବହାର ଜାରି ରଖିପାରନ୍ତି : ଗବେଷଣାରୁ ପ୍ରକାଶ

ଭୁବନେଶ୍ୱର : କେବଳ ୧୮ % ଭାରତୀୟ ଉପଭୋକ୍ତା ହ୍ୱାଟ୍ସଆପ ବ୍ୟବହାର ଜାରି ରଖିପାରନ୍ତି ଏବଂ ୩୬ ପ୍ରତିଶତ ବ୍ୟବହାର ହାର ହ୍ରାସ ପାଇପାରେ ବୋଲି ସର୍ଭେରୁ ଜଣାପଡ଼ିଛି । ଯେହେତୁ ଫେସବୁକର ମାଲିକାନାରେ ରହିଥିବା ହ୍ୱାଟ୍ସଆପ ଜାନୂଆରୀରେ ଏହାର ପ୍ରାଇଭେସି ପାଇଁ ଅପଡେଟ ଆରମ୍ଭ କରିଥିଲା । ସୋସିଆଲ ମିଡିଆ ,ଗ୍ରାହକ ଓ କମ୍ପାନୀ ମାନେ ହ୍ୱାଟ୍ସଆପକୁ ଛାଡ଼ି ଟେଲିଗ୍ରାମ ବ୍ୟବହାର କଲେ । ଦେଖିବାକୁ ଗଲେ ଭାରତ ହେଉଛି ହ୍ୱାଟ୍ସଆପ ବ୍ୟବହାରୀଙ୍କର ଏକ ସର୍ବ ବୃହତ ବଜାର । ସୋସିଆଲ ମିଡିଆ ୮,୯୭୭ ଗ୍ରାହକ ମାନଙ୍କ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ , ଏଠାର ପ୍ରାୟ ୧୮ ପ୍ରତିଶତ ଗ୍ରାହକ ହ୍ୱାଟ୍ସଆପକୁ ବ୍ୟବହାର କରିଥାନ୍ତି ଓ ୩୬ ପ୍ରତିଶତ ଏବେ ବ୍ୟବହାରକୁ ହ୍ରାସ କରି ୧୫ ପ୍ରତିଶତ ଗ୍ରାହକ ହ୍ୱାଟ୍ସଆପ ବ୍ୟବହାରକୁ ସମ୍ପୁର୍ଣ୍ଣ ବନ୍ଦ କରିବେ । ଫେବୃଆରୀ ୮ ମଧ୍ୟରେ ହେବାକୁ ଥିବା ଅପଡେଟରେ ସର୍ବଭାରତୀୟ ସ୍ତରରେ ହ୍ୱାଟ୍ସଆପର ଯେତିକି ଗ୍ରାହକ ଥିଲେ ସେମାନଙ୍କୁ ଏହି ହ୍ୱାଟ୍ସଆପ ବ୍ୟବହାର କରିବା ପାଇଁ ଫେସବୁକ ସହିତ ଆବଶ୍ୟକ ସୂଚନାକୁ ବାଣ୍ଟିବାକୁ ହେବ । ନଚେତ ସେବା ପ୍ରଭାବିତ ହୋଇପାରେ ।

୨୪ ପ୍ରତିଶତ ଗ୍ରାହକଙ୍କ କହିବା ଅନୁସାରେ ସେମାନେ ଓ ସେମାନଙ୍କ ଟିମ ଅଲଗା ସୋସିଆଲ ମିଡିଆକୁ ସ୍ଥାନାନ୍ତରଣ କରିବାକୁ ଚିନ୍ତା କରିଛନ୍ତି । ଏହି ସର୍ଭେରେ ଭାରତର ମୋଟ ୨୪୪ ଟି ଜିଲ୍ଲାରେ ହ୍ୱାଟ୍ସଆପ ଗ୍ରାହକ ମାନଙ୍କ ଠାରୁ ମୋଟ ୨୪ ହଜାର ପ୍ରତିକ୍ରିୟା ନିଆଯାଇଛି ଏବଂ ୯୧ ପ୍ରତିଶତ ଗାହକ କହିଛନ୍ତି ଯଦି ଏହା ଫେସବୁକ ଏବଂ ୩ୟ ସର୍ଭେ ସହିତ ମୁଲ୍ୟ ଓ କାରବାର ସୂଚନା ଅଂଶୀଦାର କରେ ତେବେ ସେମାନେ ଏହାର ମୁଲ୍ୟ ବିକଳ୍ପ ବ୍ୟବହାର କରିବେ ନାହିଁ ।

ସେନସର ଟାୱାର ଅନୂଯାୟୀ ହ୍ୱାଟ୍ସଆପ ଭାରତରେ ଡାଉନଲୋଡ ଗୁଡିକରେ ୩୫ ପ୍ରତିଶତ କମ ହୋଇଛି । ଯାହାକି ଜାନୂଆରୀ ୧ରୁ ୫ ମଧ୍ୟରେ ୨ ମିଲିୟନ ଓ ଜାନୂଆରୀ ୬ରୁ ୧୦ ମଧ୍ୟରେ ୧.୩ ମିଲିୟନ ହ୍ରାସ ପାଇଛି । ତୁଳନାତ୍ମକ ଭାବରେ ଜାନୂଆରୀ ୧ରୁ ୫ ମଧ୍ୟରେ ୨୪ ହଜାର ଭାରତୀୟ ଆପ ଡାଉନଲୋଡ ଜାନୂଆରୀ ୬ରୁ ୧୦ ମଧ୍ୟରେ ୨.୩ ମିଲିୟନକୁ ବୃଦ୍ଧି ପାଇଥିଲା । ସେହିଭଳି ଟେଲିଗ୍ରାମ , ଯାହା ସେହି ବ୍ୟବଧାନରେ ୧.୩ ମିଲିୟନ ଡାଉନଲୋଡ କରିଥିଲା ଏହା ଜାନୂଆରୀ ୬ରୁ ୧୦ ମଧ୍ୟରେ ୧.୫ ମିଲିୟନ ଥିଲା । ସର୍ଭେ ଅନୁଯାୟୀ ହ୍ୱାଟ୍ସଆପର ୬୦ ମିଲିୟନ ଗ୍ରାହକ ଚାଲିଯିବାର ଦେଖାଗଲାଣି । ସୂଚନା ଅନୁସାରେ ଭାରତରେ ୪୦୦ ମିଲିୟନ ଭାରତୀୟ ସ୍ମାର୍ଟଫୋନରେ ହ୍ୱାଟ୍ସଆପ ରହିଛି ।

ଗ୍ୟାଜେଟ କ୍ଲକ ଅନଲାଇନ ମାଧ୍ୟମରେ ସୁଚନା ମିଳିଛିଯେ କେବଳ ବୃହତ ଉଦ୍ୟୋଗ ନୁହଁ ଷ୍ଟାର୍ଟଅପ ସାଇନକୁ ମଧ୍ୟ ସ୍ଥାନାନ୍ତରିତ ହେବାପାଇଁ ଯୋଜନା କରୁଛନ୍ତି । ଏହା ପରେ ହ୍ୱାଟ୍ସଆପ ସ୍ପଷ୍ଟ କରିଛି ଯେ ଘରୋଇକରଣ ପରିମର୍ତ୍ତନରେ ଗ୍ରାହକ ମାନଙ୍କ ବ୍ୟକ୍ତିଗତତା ଉପରେ କøଣସି ପ୍ରଭାବ ପକାଇବ ନାହିଁ । ହ୍ୱାଟ୍ସଆପର ଅପଡେଟରେ ଏଣ୍ଟରପ୍ର।ଇଜ ମେସେଜ କରିବା ଯାହା ଇଚ୍ଛାଧୀନ ଭାବରେ ଜଡ଼ିତ । କର୍ପୋରେଟ ଇନଫ୍ରୋଗ୍ରାଫିକ ଦାବି କରିଛି ଯେ ହ୍ୱାଟ୍ସଆପ କିମ୍ବା ଫେସବୁକ କୌଣସି କଲ ଶୁଣି ପାଇବେ ନାହିଁ କିମ୍ବା ଦେଖିପାରିବେ ନାହିଁ ଏବଂ ଲୋକେସନ ,ଚାଟ ସଂରକ୍ଷଣ କରିବ ନାହିଁ ଓ ଏହା ସମ୍ପୁର୍ଣ୍ଣ ବ୍ୟକ୍ତିଗତ ।

ଏହି କାରଣରୁ ୬୭ ପ୍ରତିଶତ ଗ୍ରାହକ କହିଛନ୍ତି ଯେ ଯଦି ହ୍ୱାଟ୍ସଆପ ଓ ଫେସବୁକ ଏବଂ ୩ୟ ଇଭେଣ୍ଟ ସହିତ କାରବାର ସୂଚନା ସେୟାର କରେ ତେବେ ସେମାନେ ଏଣ୍ଟରପ୍ର।ଇଜ ଆକାଉଣ୍ଟ ସହିତ ଚାଟ କରିବେ ନାହିଁ । ଏହି ଏଣ୍ଟରପ୍ର।ଇଜ ଆକାଉଣ୍ଟ ଗୁଡିକ ମିଣ୍ଟ୍ରା , ମେକ ମାଇଁ ଟ୍ରିପ , ବୁକ ମାଇଁ ସୋ , ଏବ୍ର ଅନ୍ୟାନ୍ୟ କମ୍ପାନୀ ମାନଙ୍କ ସହ କାରବାର କରେ । ଏହି କମ୍ପାନୀ ଗୁଡିକ ହ୍ୱାଟ୍ସଆପ ସହିତ ମିଶି କାର୍ଯ୍ୟ କରିଥାନ୍ତି ଓ ସେବା ଯୋଗାଇ ଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking