34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପିକନିକ ବସ ଓଲଟି ଜଣେ ମୃତ ,୧୫ ଆହତ

ପିକନିକ ବସ ଓଲଟି ଜଣେ ମୃତ ,୧୫ ଆହତ

କୋରାପୁଟ : ଗଜପତି ଜିଲ୍ଲା ରାୟଗଡ଼ା ସିମାନ୍ତ ଇନ୍ଦୁଗୁଡ଼ା ଫାଣ୍ଡି ନିକଟର ଡ଼ୁମ୍ବଲାପଦା ଠାରେ ବସ ଓଲଟି ଜଣଙ୍କର ମୃତ୍ୟୁ ହେବା ସହିତ ୧୫ ଜଣ ଆହତ ହୋଇଛନ୍ତି । ତେବେ ମୃତକ ସୁନିଲ ସାହୁଙ୍କ ଘର ଭୁବନେଶ୍ୱର ବୋଲି ଜଣାପଡ଼ିଛି । ଆହତ ୧୫ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବ୍ରହ୍ମପୁର ଏମକେଏସଜି ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି ।

କୋରାପୁଟ ଗୁପ୍ତେଶ୍ୱରରୁ ପିକନିକ ସାରି ଫେରୁଥିବା ସମୟରେ ଭାରସାମ୍ୟ ହରାଇବା ଫଳରେ ବସଟି ଓଲଟି ପଡିଥିଲା । ଘଟଣା ସ୍ଥଳରେ ଅଗ୍ନିସମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ପରେ ପ୍ରାଥମିକ ଚିକିତ୍ସା ପାଇଁ ମୋହନା ସ୍ଥିତ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ଟୁରିଷ୍ଟ ମାନେ ମୋଟ ୩ ଗୋଟି ବସ ଯୋଗେ ବୁଲିବା ପାଇଁ ଆସିଥିଲେ । ସେଥିମଧ୍ୟରୁ ଗୋଟିଏ ବସ ଦୁର୍ଘଟଣା ଗସ୍ତ ହୋଇଛି । ବସ ଟିରେ ମୋଟ ୨୦ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୫ରୁ ୬ ଜଣ ଶିଶୁ ମଧ୍ୟ ରହିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking