38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଜୁଲାଇ ସୁଦ୍ଧା ୪୦ କୋଟି ଡୋଜ୍ ପ୍ରସ୍ତୁତ ଲକ୍ଷ୍ୟ

ଜୁଲାଇ ସୁଦ୍ଧା ୪୦ କୋଟି ଡୋଜ୍ ପ୍ରସ୍ତୁତ ଲକ୍ଷ୍ୟ

ନୂଆଦିଲ୍ଲୀ: କରୋନା ଟିକା ‘କୋଭିସିଲ୍ଡ’ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନୱାଲା ସୂଚନା ପ୍ରଦାନ କରିଛନ୍ତି । ୨୦୨୧ ଜୁଲାଇ ସୁଦ୍ଧା ୩୦-୪୦ କୋଟି ଡୋଜ୍ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖାଯାଇଛି । କରୋନା ଟିକା ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା ପରେ ପୁନୱାଲା ସୂଚନା ପ୍ରଦାନ କରିଛନ୍ତି । ଭାରତ ସରକାର କେତେ ଡୋଜ୍ କିଣିବେ ସେ ନେଇ ଲିଖିତ ଚୁକ୍ତି ହୋଇନି । କିନ୍ତୁ ୩୦-୪୦ କୋଟି ଡୋଜ୍ କିଣିବେ ବୋଲି ସଙ୍କେତ ମିଳିଛି । ଟିକା ପ୍ରସ୍ତୁତ ହେଲେ ପ୍ରଥମେ ଭାରତରେ ବଣ୍ଟନ କରିବୁ । ଭାରତ ପରେ ଆଫ୍ରିକ୍ରିୟ ଦେଶକୁ ଗୁରୁତ୍ୱ ଦେବୁ ବୋଲି ସେ କହିଛନ୍ତି । ଟିକାର ଜରୁରୀ ବ୍ୟବହାର ପାଇଁ ଦୁଇ ସପ୍ତାହ ଭିତରେ ପ୍ରକ୍ରିୟା ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking