27.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଆଜିଠାରୁ ଆଫଗାନିସ୍ତାନରେ ଆରମ୍ଭ ହେଲା ତାଲିବାନି ଶାସନ

ଆଜିଠାରୁ ଆଫଗାନିସ୍ତାନରେ ଆରମ୍ଭ ହେଲା ତାଲିବାନି ଶାସନ

କାବୁଲ: ତାଲିବାନ ଦେଇଥିବା ସମୟ ପୂର୍ବରୁ ଆମେରିକା ନିଜର ସୈନ୍ୟମାନଙ୍କୁ କାବୁଲ ବିମାନ ବନ୍ଦରରୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରିନେଇଛି। ଆଜି ଆମେରିକା ଆଫଗାନିସ୍ତାନ ଛାଡିବାକୁ ଦୋହାଠାରେ ତାଲିବାନ ସହିତ ଆଲୋଚନା କାଳରେ ରାଜି ହୋଇଥିବାବେଳେ ସେହି ସମୟ ସୁଦ୍ଧା ଦେଶ ଛାଡିବାକୁ ତାଲିବାନ ଆତଙ୍କି ଗୋଷ୍ଠୀ ଆମେରିକାକୁ ଚେତାବନୀ ଦେଇଥିଲେ। ତାହା ନହେଲେ ପରିସ୍ଥିତି ଭୟଙ୍କର ହେବାନେଇ ଧମକ ମଧ୍ୟ ଦେଇଥିଲେ। ତାଲିବାନ ଚାପରେ ମୁଣ୍ଡ ନୁଆଁଇ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ନିଜକୁ ଦାବି କରୁଥିବା ଆମେରିକା ସୋମବାର ରାତି ପ୍ରାୟ ଗୋଟାଏରେ କାବୁଲ ବିମାନ ବନ୍ଦରକୁ ଖାଲି କରିଦେଇଛି।

ଏଥିସହିତ ଆଫଗାନିସ୍ତାନରେ ବାକି ରହିଯାଇଥିବା କାବୁଲ ବିମାନ ବନ୍ଦର ଏବେ ତାଲିବାନ ଦଖଲକୁ ଆସିଛି। ଆଜି ସକାଳୁ ତାଲିବାନ ଆତଙ୍କିମାନେ ବିମାନ ବନ୍ଦର ମଧ୍ୟକୁ ପ୍ରବେଶ କରି ତାହାକୁ ଦଖଲକୁ ନେଇଛନ୍ତି। ଏଥିସହିତ ଆଜିଠାରୁ ସମୁଦାୟ ଆଫଗାନିସ୍ତାନରେ ତାଲିବାନ ଆତଙ୍କିଙ୍କ ଶାସନ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ତାଲିବାନ ଆତଙ୍କି ଗୋଷ୍ଠୀ ଦ୍ୱିତୀୟ ଥର ପାଇଁ ଅସ୍ତ୍ରଶସ୍ତ୍ର ବଳରେ ଆଫଗାନିସ୍ତାନରେ ଶାସନ କ୍ଷମତା ନିଜ ଦଖଲକୁ ନେଇଛନ୍ତି। ଇତିମଧ୍ୟରେ ତାଲିବାନ ଗୋଷ୍ଠୀ ସରକାର ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବା ଖବର ମଧ୍ୟ ହସ୍ତଗତ ହୋଇଛି। ତାଲିବାନକୁ ଆମେରିକାର ଏଭଳି ଭୟ ସମଗ୍ର ବିଶ୍ୱବାସୀଙ୍କୁ ଚକିତ କରିଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking