32.1 C
Bhubaneswar
Friday, April 26, 2024
Homeଐତିହାସିକ ରଥଯାତ୍ରାରଥଯାତ୍ରା ପଛର କାହାଣୀ

ରଥଯାତ୍ରା ପଛର କାହାଣୀ

ପୁରୀ : ପୁରୀରେ ରଥଯାତ୍ରା ପଛର ଅନେକ କାହାଣୀ ଶୁଣିବାକୁ ମିଳେ । କେତେକ ବୁଦ୍ଧିଜୀବୀଙ୍କ ମତରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ପୂର୍ବରୁ ବୈାଦ୍ଧ ସଂସ୍କୃତିରେ ରଥଯାତ୍ରାର ବିଶେଷ ଗୁରତ୍ତ୍ୱତ୍ତ ଥିଲା । ବୁଦ୍ଧଙ୍କ ଅବଶେଷକୁ ରଥରେ ରଖାଯାଉଥିଲା । ଏବଂ ବିଭିନ୍ନ ସ୍ଥାନକୁ ବୁଲାଇ ବୌାଦ୍ଧ ଧର୍ମର ପ୍ରଚାର କରାଯାଉ ଥିଲା । ବିଭିନ୍ନ ବୁଦ୍ଧିଜୀବୀ ଦୃଢତାର ସହ ବିଶ୍ୱାସ କରନ୍ତି ଯେ ପୁରୀରେ ଜଗନ୍ନାଥ ମନ୍ଦିରର ସ୍ଥାପନା ପୂର୍ବରୁ ସେଠାରେ ବୁଦ୍ଧଙ୍କ ର ମନ୍ଦିର ଥିଲା । ବୁଦ୍ଧଙ୍କ ଅବଶେଷ ସେଠାରୁ ହଟାଯିବା ପରେ ସେଠାରେ ଶ୍ରୀଜଗନ୍ନାଥ ଙ୍କର ସ୍ଥାପନା କରାଯାଇଥିଲା । ଚୀନର ଦାର୍ଶନିକ ଫାଇୟାନ ରଥଯାତ୍ରା ପଂଚମ ଶତାବ୍ଦୀ ରେ ପାଳନ ହେଉଥିବା କଥା ବର୍ଣ୍ଣନା କରିଛନ୍ତି । ତାଙ୍କ ଦ୍ୱାରା ବର୍ଣ୍ଣନା କରାଯାଇଥିବା ଠାକୁରଙ୍କୁ ଗାଧୋଇଦେବାର ରୀତିନୀତି ଆଜିର ସମୟର ସ୍ନାନ ଯାତ୍ରା ସହ ସମାନ ଅଟେ । ରଥଯାତ୍ରାର ପାଳନ ବର୍ଷା ରୁତୁରେ ହେବା କଥା । ପୁରୁଷୋତ୍ତମ ଦେବ କ୍ଷେତ୍ରରେ ରାଜାଙ୍କ ଦ୍ୱାରା ରଥରେ ଛେରା ପହଁରା ହେବା କଥା ମଧ୍ୟ ସେ ନିଜ ଲେଖା ରେ ବର୍ଣ୍ଣନା କରିଛନ୍ତି । ଜଗନ୍ନାଥଙ୍କର ମାଦଳା ପାଞ୍ଜି ଅନୁସାରେ ଷୋଡଶ ଶତାବ୍ଦୀ ସମୟରେ ରାଜା ବୀର ନରସିଂହ ଦେବ ରଥଯାତ୍ରା ପାଇଁ ବଡ ଦାଣ୍ଡରେ ବୋହୂଥିବା ନଦୀକୁ ବାଲି ପକାଇ ପୋତି ଦେଇଥିଲେ । ଏହା ପରେ ତିନି ରଥରେ ଠାକୁର ମାନେ ବଡ ଦେଉଳରୁ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିଲେ । ଏହା ପୂର୍ବରୁ ରଥଯାତ୍ରା ପାଇଁ ୬ ଟି ରଥର ଆବଶ୍ୟକତା ପଡୁଥିଲା । ତିନୋଟି ବଡ ଦେଉଳରୁ ବଡ ଶଂଖ ପର୍ଯ୍ୟନ୍ତ ଏବଂ ଅନ୍ୟ ତିନୋଟି ନଦୀ ଆର ପାରିରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବ୍ୟବହାର କରାଯାଉଥିଲା । କିଛି ଐତିହାସିକଙ୍କ ମତରେ ୬ ଟି ରଥ ପରିବର୍ତ୍ତେ ତିନୋଟି ରଥର କଥା ରାଜା ଲାଙ୍ଗୁଳା ନରସିଂହ ଦେବ ସମୟରେ ଆରମ୍ଭ ହୋଇଥିଲା । ସ୍କନ୍ଦ ପୁରାଣର ଉତ୍କଳ ଅଧ୍ୟାୟରେ ରଥଯାତ୍ରାର ସମ୍ପୁର୍ଣ୍ଣ ବିବରଣୀ ଦେଖିବାକୁ ମିଳେ । ଓଡିଶାର ଜଣେ ପ୍ରମୁଖ କବି ଭିକାରୀ ପଟ୍ଟନାୟକଙ୍କର ଏକ ପୁସ୍ତକ ‘ରଥ ଚକ୍ର’ ରେ ରଥ ମାନଙ୍କ ବିଷୟରେ ବିଭିନ୍ନ ତଥ୍ୟ ପ୍ରଦାନ କରିଛନ୍ତି । ୧୮୫୯ ମସିହାରେ ପ୍ରକାଶିତ ହୋଇଥିବା ଏହି ପୁସ୍ତକଟି ଦର୍ଶାଏ ଯେ ଅଷ୍ଟମ ଏବଂ ନବମ ଶଦାବ୍ଦୀରେ ରାଜା ଯଯାତି କେଶରୀ ପୁରୁଷୋତ୍ତମ କ୍ଷେତ୍ରରେ ରଥଯାତ୍ରା ପାଳନ କରୁଥିଲେ । ବିବରଣୀ ଅନୁସାରେ ଭଗବାନ ଜଗନ୍ନାଥଙ୍କର ରଥର ଉଚ୍ଚତା ୪୮ ହାତ ମୂର୍ତ୍ତିର ଉଚ୍ଚତା ୨ ହାତ ୧୦ ।ଙ୍ଗୁଳି । ଏବଂ ରଥର ଲମ୍ବ ୮ ହାତ ଥିଲା । ସମସ୍ତ ରଥର ଉଚ୍ଚତା ସମାନ ଥିଲା । ରାଜା ଯଯାତି କେଶରୀଙ୍କ ସମୟରେ ରଥର ନିର୍ମାଣ କରାଯାଉଥିଲା । ବଳଗଣ୍ଡି ଠାରେ ପହଁଚିବା ପରେ ତିନି ରଥରୁ ନେଇ ମୂର୍ତ୍ତିକୁ ଡଙ୍ଗା ସାହାଯ୍ୟରେ ଅତିକ୍ରମ କରାଯାଉଥିଲା ।ଏବଂ ନଦୀ ଆରପାରିରେ ଥିବା ଅନ୍ୟ ୩ଟି ରଥରେ ଭଗବାନଙ୍କୁ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ନିଆଯାଉଥିଲା । ନଦୀଟି ବଡ ନଇ ନାମରେ ପରିଚିତ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking