29.1 C
Bhubaneswar
Saturday, April 27, 2024
Homeଅପରାଧଝିଅ ବିଦା ନକରିବାରୁ ଶାଶୂକୁ ଗୁଳି ମାରିଲା ଜ୍ୱାଇଁ

ଝିଅ ବିଦା ନକରିବାରୁ ଶାଶୂକୁ ଗୁଳି ମାରିଲା ଜ୍ୱାଇଁ

ମୋତିହାରୀ : ଝିଅ ବିଦା ନକରିବାରୁ ଶାଶୂକୁ ଗୁଳି ମାରିଲା ଜ୍ୱାଇଁ । ବିହାରର ମୋତିହାରିରେ ଘଟିଛି ଏଭଳି ଘଟଣା । ଗୁଳିମାଡ଼ରେ ଶାଶୂଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ମୋତିହାରୀର କୁଣ୍ଡୱା ଚୈନପୁରର ଜତୱାଲିଆ ଗାଁରେ ଘଟିଛି । ରବିବାର ବିଳମ୍ବିତ ରାତିରେ ଛୋଟନ ଶାହ ନାମକ ଜଣେ ବ୍ୟକ୍ତି ତାଙ୍କ ଶାଶୂଙ୍କୁ ଦୁଇଥର ଗୁଳି କରିଥିଲେ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଦରଭଙ୍ଗା ନିବାସୀ ଛୋଟନ ଶାହ, କୁଣ୍ଡୱା ଚୈନପୁର ପୁଲିସ ଷ୍ଟେସନ ଅଞ୍ଚଳର ଜତୱାଲିଆ ନିବାସୀ ରାଜକିଶୋର ଶାହଙ୍କ ଝିଅକୁ ବିବାହ କରିଥିଲେ । ରବିବାର ବିଳମ୍ବିତ ରାତିରେ ଛୋଟନ ତାଙ୍କ ଶାଶୂ ଘରକୁ ଆସି ପତ୍ନୀଙ୍କୁ ନିଜ ଘରକୁ ନେବାକୁ କହିଥିଲେ ।

ଏନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ପତ୍ନୀ ଶାଶୂଘରକୁ ଯିବାକୁ ରାଜି ନଥିବା ବେଳେ ତାଙ୍କ ମା’ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ । ଝଗଡ଼ା ବଢ଼ିବାରୁ ରାଗରେ ଛୋଟନ ବନ୍ଧୁକ ବାହାର କରି ନିଜ ଶାଶୁଙ୍କ ଉପରକୁ ଗୁଳି ଚଳାଇଥିଲା । ହତ୍ୟା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା । ଏନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ । ତେବେ ଏହା ପୂର୍ବରୁ ୨୦୧୮ରେ ଛୋଟନ ନିଜ ମା’ଙ୍କୁ ମଧ୍ୟ ହତ୍ୟା କରିଥିଲା । ନିଜ ମା’ଙ୍କ ହତ୍ୟା ଘଟଣାରେ ସେ ଅଭିଯୁକ୍ତ ଥିବା ସହ ପୂର୍ବରୁ ନିଜ ପତ୍ନୀ, ଭଉଣୀ ଓ ଶାଶୁଙ୍କୁ ଆକ୍ରମଣ କରିସାରିଥିଲେ । ଏହି କାରଣରୁ ଶାଶୁଘରକୁ ଯିବାକୁ ଚାହୁନଥିଲେ ଛୋଟନଙ୍କ ପତ୍ନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking