40.1 C
Bhubaneswar
Thursday, April 25, 2024
Homeଓଡିଶାଦେବସ୍ନାନ ପୂର୍ଣ୍ଣିମା ନେଇ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ

ଦେବସ୍ନାନ ପୂର୍ଣ୍ଣିମା ନେଇ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ

ପୁରୀ: ଆସନ୍ତା ଜୁନ୍ ୪ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏଥି ପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଯାଇ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ତେବେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଆଉଟଡୋର ଆସେସ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଦେବସ୍ନାନ ପୂର୍ଣ୍ଣିମାକୁ ଆଉ ମାତ୍ର ପାଞ୍ଚଦିନ ବାକିଥିବା ବେଳେ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଦେବସ୍ନାନ ମଣ୍ଡପ ସମ୍ମୁଖ ବଡ଼ଦାଣ୍ଡରେ ସେଡ୍ ର ବ୍ୟବସ୍ଥା କରାଯିବା ସହ ଯିବା ଆସିବା କରିବା ପାଇଁ ପ୍ୟାସେଜ ରହିବ ।

ପ୍ରଚଣ୍ଡ ଖରା ଓ ଗୁଳୁଗୁଳିକୁ ଲକ୍ଷ ରଖି ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା କରାଯିବ । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମର୍ଚ୍ଚିକୋଟ କିମ୍ବା ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ନିର୍ମାଣ କରାଯିବ । ତଥା ସ୍ନାନପୂର୍ଣ୍ଣମୀ ଦିନ ପ୍ରଭୁଙ୍କ ପହଣ୍ଡି, ଜଳବିଜେ, ଜଳଲାଗି ଓ ହାତୀବେଶ ସହ ନୀତି କାନ୍ତି କିଭଳି ଠିକ୍ ଭାବେ ସମ୍ପାଦନ ହେବ ସେ ଉପରେ ଗୁରୁତ୍ୱ ଦିଆଯାଇଛି । ଦେବସ୍ନାନ ମଣ୍ଡପ ଉପରେ ସେବାୟତ ମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଉଟଡୋର ଆସେସ୍ ରୋଡ ଶେଷ ହୋଇଛି । ରଥଯାତ୍ରା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓ ଜିଲ୍ଲାପାଳ ସମର୍ଥ ବର୍ମା ଅନ୍ୟ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଯାଇ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ।

ଶ୍ରୀମନ୍ଦିରରେ ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ରାଜାନ୍ଦ୍ରିଭିଷେକ ଥିବାରୁ ଏହି ନୀତି କାନ୍ତି କିଭଳି ଠିକ୍ ଭାବେ ସମ୍ପାଦିତ ହେବ ଏନେଇ ସେବାୟତଙ୍କ ସହ ନୀତି ପ୍ରଶାସକ ଅଜୟ କୁମାର ଜେନା ଆଲୋଚନା କରିଥିଲେ । ଅନ୍ୟପଟେ ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ନେତୃତ୍ୱରେ ସ୍ନାନବେଦୀ ପାଇଁ ଚାନ୍ଦୁଆ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସେହିପରି ମହାପ୍ରଭୁଙ୍କ ପହଣ୍ଡି ପାଇଁ ସେନାପଟା ଓ ବାହୁଟରେ ବିଜେ ତୋଳି, ସିପର ତୋଳି, ନାଡା, ମାଠ, ମାଠ ଚାଦର, ବାର ହାତିଆ ଚାରିପଟିଆ ଦୁଇଟି, ୧୬ ହାତିଆ ଚାରିପଟିଆ ଚୋରୋଟି, ୧୨ ହାତି ଗଡା, ୧୬ ହାତି ଗଡା, କୁସୁମି,ପତନି, କଣାଘସା, ନେତଫୁଟା, ସୂତାଫୂଟା ଇତ୍ୟାଦି କାର୍ଯ୍ୟ ଆରମ୍ଭ କରିଛନ୍ତି ଦର୍ଜୀ ସେବାୟତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking