31.1 C
Bhubaneswar
Tuesday, May 7, 2024
Homeଓଡିଶାଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏକାନ୍ତ ନୀତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏକାନ୍ତ ନୀତି

ପୁରୀ : ଶ୍ରୀମନ୍ଦିର ପରମ୍ପରା ପଅନୁଯାୟୀ ପ୍ରତ୍ୟେକ ଗୁରୁବାର ଦିନ ରାତ୍ରରେ ଏକାନ୍ତ ନୀତି ହୋଇଥାଏ । ଏକାନ୍ତ ଅର୍ଥ ସ୍ୱୟଂ ଭଗବାନ ବିଷ୍ଣୁ ଏବଂ ଲକ୍ଷ୍ମୀ ଏକତ୍ର ମିଳିତ ହୋଇଥାନ୍ତି । ଏକାନ୍ତ ନୀତି ଆରମ୍ଭ ହେବା ପୂର୍ବରୁ ଦୁଇଖଣ୍ଡ ଆଜ୍ଞାମାଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିଲା । ଖଣ୍ଡିଏ ତୁଳସୀ ମିଶା ମାଳ ଦକ୍ଷିଣ ଭୁଜରେ ଓ ଖଣ୍ଡିଏ ସାଧାମାଳ ବାମ ଭୁଜରେ ଲାଗି ହୋଇଥିଲା । ସନ୍ଧ୍ୟା ଧୂପ ବଢିବା ପରେ ମହାଜନ ସେବକ ମାନେ ଶ୍ରୀମଦନମୋହନଙ୍କୁ ଦକ୍ଷିଣି ଘରୁ ନେଇ ରତ୍ନସିଂହାସନରେ ବିଜେ କରାଇଥିଲେ । ଏହି ବିଜେ ସମୟରେ ବିଡୁଆ ସେବକ ଛାମୁ ଦିହୁଡି ଧରି ଆଗେ ଆଗେ ଆସିଥିଲେ । ଏହା ପରେ ପୂଜାପଣ୍ଡା ଲାଗି ହୋଇଥିବା ଦୁଇଟି ଆଜ୍ଞାମାଳ ମଧ୍ୟରୁ ଖଣ୍ଡିଏ (ତୁଳସୀ ମିଶା) ଶ୍ରୀମଦନମୋହନଙ୍କୁ ଓ ଖଣ୍ଡିଏ (ସାଧା) ମାଳ ଶ୍ରୀଦେବୀଙ୍କୁ ଲାଗି କରିଥିଲେ । ଏହାକୁ ଶ୍ରୀମନ୍ଦିର ପରିଭାଷାରେ ‘ଆଜ୍ଞାମାଳ’ ନାମରେ ଅଭିହିତ କରାଯାଇଥାଏ ତତ୍ପରେ ମହାଜନ ସେବକ ମାନେ ଶ୍ରୀଦେବୀ ଓ ଶ୍ରୀମଦନମୋହନଙ୍କୁ ରତ୍ନସିଂହାସନରୁ ଆଣି ମୁକ୍ତିମଣ୍ଡପ ତଳେ ରଖାଯାଇଥିବା ପାଲିଙ୍କିରେ ବିଜେ କରାଇଥିଲେ ।

ଏହି ସମୟରେ ବିଡ଼ୁଆ ଛାମୁ ଦିହୁଡି ଧରି ଘଣ୍ଟୁଆ ଘଣ୍ଟ ବଜାଇ ଛତାର ଛତ୍ର ଧରି ଆଗେ ଆଗେ ଚାଲିଥିଲେ ଓ ବିମାନବଡୁ ସେବାୟତ ମାନେ ପାଲିଙ୍କି ନେଇ ସରସ୍ୱତୀ ମନ୍ଦିର ସାମନା ନିଶା ନୃସିଂହଙ୍କ ନିକଟରେ ରଖିଥିଲେ । ସେଠାରୁ ମହାଜନ ସେବକ ମାନେ ଦିହୁଡି, ଘଣ୍ଟ ଓ ଛତି ସହ ଉଭୟ ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ନେଇ ସରସ୍ୱତୀଙ୍କ ମନ୍ଦିର ଭିତରେ ପ୍ରବେଶ କରି ସେଠାରୁ ମହାଲକ୍ଷ୍ମୀ ମନ୍ଦିରର ଜଗମୋହନକୁ ଯାଇଥିଲେ । ପୂର୍ବରୁ ଜଗମୋହନରେ ଏକ କାଷ୍ଠ ନିର୍ମିତ ପଲଙ୍କ ପଡିଥାଏ । ତହିଁ ଉପରେ ଉଭୟ ପ୍ରତିମା ବିଜେ କରିଲା ପରେ ଭିତରଚ୍ଛ ମହାପାତ୍ର ପ୍ରସାଦ ଲାଗି କରିଥିଲେ ଓ ସୁଦୁସୁଆର, ଆସ୍ଥାନ ପଢିଆରୀ ପୂଜା ପାଠ କରିଥିଲେ । ଜନୈକ ପୂଜାପଣ୍ଡା ସେବକ ପୂଜାରେ ବସି ଭୋଗ ଶେଷ ହେବା ପରେ କର୍ପୂର ଓ ବଳିତା ଆଳତି କରିଥିଲେ ଏହା ପରେ ଅକ୍ଷତ ବନ୍ଦାପନା ହୋଇଥିଲା । ବନ୍ଦାପନା ନୀତି ଶେଷ ହେବା ପରେ ଶ୍ରୀଦେବୀ ଓ ଶ୍ରୀମଦନମୋହନ ପାଲିଙ୍କିରେ ବିଜେ ହୋଇ ଭିତର ବେଢା ସ୍ଥିତ ସାତ ପାହାଚ ଦେଇ ଗରୁଡ ସ୍ତମ୍ଭ ସମ୍ମୁଖସ୍ଥ ଜଗମୋହନରେ ବିଜେ କରିଥିଲେ । ସେଠାରୁ ଶ୍ରୀଦେବୀ ରସିଂହାସନକୁ ଓ ଶ୍ରୀମଦନମୋହନ ଦକ୍ଷିଣି ଘରକୁ ବିଜେ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking