31.1 C
Bhubaneswar
Sunday, May 19, 2024
Homeଖେଳଏସିଆନ୍ ଗେମ୍ସରେ ଭାରତୀୟ ଫୁଟ୍‌ବଲ୍ ଦଳ; ଗ୍ରୁପ୍‌-ଏ’ରେ ପୁରୁଷ ଓ ବି’ରେ ମହିଳା ଦଳ

ଏସିଆନ୍ ଗେମ୍ସରେ ଭାରତୀୟ ଫୁଟ୍‌ବଲ୍ ଦଳ; ଗ୍ରୁପ୍‌-ଏ’ରେ ପୁରୁଷ ଓ ବି’ରେ ମହିଳା ଦଳ

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଚୀନ୍‌ର ହାଙ୍ଗଝୌଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ଗେମ୍ସର ଊନବିଂଶ ସଂସ୍କରଣରେ ଭାରତୀୟ ଫୁଟବଲ୍ ଦଳ ଅଂଶଗ୍ରହଣ କରିବ । ଏଥିରେ ପୁରୁଷ ଦଳ ଅପେକ୍ଷାକୃତ ସହଜ ଗ୍ରୁପ୍‌ରେ ସ୍ଥାନ ପାଇଥିବା ବେଳେ ମହିଳା ଦଳ ଥାଇଲାଣ୍ଡ୍ ଓ ଚାଇନିଜ୍ ତାଇପେଇ ପରି ଦଳ ବିପକ୍ଷରେ ମୁକାବିଲା କରିବ । ମହିଳା ଦଳ ଗ୍ରୁପ୍‌-ବି’ରେ ସ୍ଥାନ ପାଇଥିବା ବେଳେ ପୁରୁଷ ଦଳ ଗ୍ରୁପ-ଏ’ରେ ଚୀନ୍‌, ବାଂଲାଦେଶ ଓ ମିଆଁମାର ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବ । ପୁରୁଷ ବିଭାଗରେ ମୋଟ ୬ଟି ଗ୍ରୁପ୍‌ରେ ଦଳଗୁଡ଼ିକୁ ବିଭକ୍ତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରତି ଗ୍ରୁପ୍‌ର ଶୀର୍ଷ ଦୁଇ ଦଳ ଏବଂ ଶ୍ରେଷ୍ଠ ୪ଟି ତୃତୀୟ ସ୍ଥାନରେ ଥିବା ଦଳ ପ୍ରିକ୍ୱାର୍ଟର୍ ଫାଇନାଲ୍‌କୁ ଉନ୍ନୀତ ହେବେ ।

ସେହିପରି ମହିଳା ବିଭାଗରେ ୫ଟି ଗ୍ରୁପ୍‌ର ଶୀର୍ଷ ଦଳ ସହ ୩ଟି ତୃତୀୟ ସ୍ଥାନରେ ଥିବା ଦଳ କ୍ୱାର୍ଟର୍ ଫାଇନାଲ୍ ଖେଳିବେ । ଏସିଆନ୍ ଗେମ୍ସର ପୂର୍ବ ସଂସ୍କରଣଗୁଡ଼ିକରେ ଭାରତୀୟ ଫୁଟବଲ୍ ଦଳ ଉଲ୍ଲେଖନୀୟ ସଫଳତା ପାଇଛି । ଦଳ ୧୯୫୧ରେ ପ୍ରତିଯୋଗିତାର ଉଦ୍‌ଘାଟନୀ ସଂସ୍କରଣରେ ଚାମ୍ପିଅନ୍ ହେବା ସହ ୧୯୬୨ରେ ଏହି ସଫଳତାକୁ ଦୋହରାଇଥିଲା । ସୂଚନାଯୋଗ୍ୟ ଯେ ଏସିଆର ଶୀର୍ଷ ୮ଟି ଦଳ ମଧ୍ୟରେ ସ୍ଥାନ ପାଇ ନ ଥିବାରୁ ଭାରତୀୟ ଫୁଟବଲ୍ ଟିମ୍‌କୁ ଏସିଆନ୍ ଗେମ୍ସରେ ଭାଗ ନେବା ଦିଗରେ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ଅଯୋଗ୍ୟ ଘୋଷିତ କରିଥିଲା । କିନ୍ତୁ ଏନେଇ ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌) ଏନେଇ ନିବେଦନ କରିବା ପରେ କ୍ରୀଡ଼ା ମନ୍ତ୍ରଣାଳୟ ନିୟମ କୋହଳ କରିଥିଲା । ଫଳରେ ଆଗାମୀ ଏସିଆନ୍ ଗେମ୍ସରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳକୁ ଏହି ୪ବର୍ଷିଆ ଇଭେଣ୍ଟ୍‌ରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking