24.1 C
Bhubaneswar
Thursday, May 9, 2024
Homeଖ୍ରୀଷ୍ଟମାସ୍‌-୨୦୨୩ଆସନ୍ତୁ ଜାଣିବା ବଡ଼ଦିନର ମହତ୍ତ୍ଵ ବିଷୟରେ...

ଆସନ୍ତୁ ଜାଣିବା ବଡ଼ଦିନର ମହତ୍ତ୍ଵ ବିଷୟରେ…

ଭୁବନେଶ୍ୱର : ଡିସେମ୍ବର ମାସର ପଚିଶି ତାରିଖ, ସାରା ବିଶ୍ବରେ ଆମେ ସମସ୍ତେ ଏଇ ଦିନଟିକୁ “ବଡ଼ଦିନ” ରୂପେ ଜାଣୁ। ବଡ଼ମାନଙ୍କଠାରୁ ଉପହାର ପାଇ ସାଙ୍ଗସାଥୀଙ୍କ ମେଳରେ ଖୁବ୍ ଆନନ୍ଦରେ ପାଳନ କରୁ ଏଇ ଦିନଟିକୁ । ଆସ ଆଜି ଜାଣିବା ଏଇ ଦିନର ବିଶେଷତ୍ଵ କ’ଣ ?

ଆଜିକୁ ଅନେକ ବର୍ଷ ପୂର୍ବେ ଈଶ୍ବର ସନ୍ତାନ ଯୀଶୁଖ୍ରୀଷ୍ଟ ଏଇ ଦିନରେ ଜନ୍ମ ଗ୍ରହଣ କରିଥିଲେ ଜେରୁଜେଲମର ଏକ ଗାଆଁ ବେଥେଲହାମର ଏକ ଅଶ୍ୱଶାଳାରେ ମା’ ମେରି ଏବଂ ବାପା ଯୋଶେଫଙ୍କ କୋଳରେ । ସେ ସାରା ଜଗତରୁ ଦୁଃଖ ହରଣ କରି ସୁଖ ଦେବା ପାଇଁ ନିଜ ଜୀବକୁ ଉତ୍ସର୍ଗ କରିଥିଲେ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ତାଙ୍କୁ ଈଶ୍ବରଙ୍କ ପୁତ୍ର ବା ଈଶ୍ବରଙ୍କ ଦୂତ ଭାବରେ ମାନୁଥିଲେ ।ସାଧାରଣ ମଣିଷକୁ ସୁଖ ଟିକିଏ ଦେବା ଲାଗି ପ୍ରୟାସ କରି ସେ ସମୟର ସାମାଜିକ ଅବସ୍ଥା ଅନୁସାରେ ତାଙ୍କୁ ସମାଜରେ ଅନେକ କଷ୍ଟ ଭୋଗିବାକୁ ପଡିଥିଲା । ସମାଜର କଠୋରପନ୍ଥୀମାନେ ତାଙ୍କୁ କଷ୍ଟଦାୟକ ମୃତ୍ୟୁଦଣ୍ଡ ଦେବା ପରେ ବହୁତ ବିଳମ୍ବରେ ଲୋକେ ତାଙ୍କର ମହତ୍ତ୍ଵ ବୁଝିଲେ। ସେଥିପାଇଁ ତାଙ୍କ ମୃତ୍ୟୁର ଅନେକ ଦିନ ପରେ ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚ୍ ତାଙ୍କର ଜନ୍ମ ଦିନକୁ ଆନନ୍ଦର ଦିନ “ଖ୍ରୀଷ୍ଟ ମାସ୍ ଡେ” ବା “ ବଡ଼ଦିନ” ଭାବରେ ପାଳନ କରିବାକୁ ସ୍ଥିର କରିଥିଲା ଏବଂ ଏହି ଦିନଟିକୁ ସାରା ବିଶ୍ୱରେ ଛୁଟିଦିନ ଭାବରେ ପାଳନ କରାଯାଇଥିଲା।ଇତିହାସ କହେ, ପ୍ରଥମେ ଇଜିପ୍ଟ୍ ଆଉ ରୋମ୍ ନଗରୀରେ ବଡ଼ଦିନ ଉତ୍ସବରେ “ଖ୍ରୀସ୍ ମାସ୍ ଟ୍ରି “ ର ପ୍ରଚଳନ ହୋଇଥିଲା। ସେମାନେ ପାଇନ୍ କିମ୍ବା ସେଇଭଳି ଚିରହରିତ୍ ବୃକ୍ଷକୁ ସଜାଇ ଈଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ। ପ୍ରାୟ ଷୋଡଶ ଶତାବ୍ଦୀରେ ଜର୍ମାନୀ ଦେଶରେ ଏହାକୁ ଏକ ଆନନ୍ଦର ଦିନ ଭାବରେ ପାଳନ କରିବାକୁ ଯାଇ “ଖ୍ରୀସ୍ ମାସ୍ ଟ୍ରି” ଟିଏ ତିଆରି କରି, ତହିଁରେ ଚିକିମିକି ଜରି, ଝାଲେରୀ ଦେଇ, ସେଥିରେ ବିଭିନ୍ନ ପ୍ରକାର ଫୁଳ, ଫଳ ଟଙ୍ଗାଇ ସୁନ୍ଦର ଭାବରେ ସଜାସଜି କରି ଉତ୍ସବ ପାଳନ କରାଯାଇଥିଲା।ଏହି ଦିନକୁ ଏକ୍ସ- ମାସ୍ କୁହାଯାଏ । ଏହା ଏକ ରୋମାନ୍ ଶବ୍ଦ । ରୋମାନ୍ ଭାଷାରେ ଖ୍ରୀଷ୍ଟ ମାସର ବନାନ ଏକ୍ସ ଅକ୍ଷରରେ ଆରମ୍ଭ ହୋଇଥାଏ , ତେଣୁକରି ଏକ୍ସ ମାସ କହିଲେ ଏହା ଖ୍ରୀଷ୍ଟ୍ ମାସ୍ କୁ ବୁଝାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking