37.1 C
Bhubaneswar
Monday, May 20, 2024
Homeଓଡିଶାଗଜପତି ପରେ ଏବେ ରାୟଗଡ଼ାରେ ବାଘ ଆତଙ୍କ !

ଗଜପତି ପରେ ଏବେ ରାୟଗଡ଼ାରେ ବାଘ ଆତଙ୍କ !

ଗୁଣପୁର: ପ୍ରଥମ ଗଜପତି, ଆଉ ଏବେ ରାୟଗଡ଼ାରେ ବାଘ ଭୟ । ଦିନକୁ ଦିନ ବଦଳାଉଛି ସ୍ଥାନ । ଗତ କିଛି ଦିନ ହେଲା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାୟଗଡ଼ାର ପଦ୍ମପୁର ପରେ ଗୁଡ଼ାରୀ ଏବଂ ମୁନିଗୁଡ଼ାରେ ବାଘର ଭୟ ଦେଖିବାକୁ ମିଳିଛି । ତିନି ଦିନ ହେବ ପଦ୍ମପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବାଘ ବୁଲୁଥିବାର ଦେଖିବାକୁ ମିଳିଛି । ଭିନ୍ନ ଭିନ୍ନ ସ୍ଥାନରେ ପାଦ ଚିହ୍ନ ମଧ୍ୟ ଠାବ ହୋଇଛି ।

ଖବର ଅନୁଯାୟୀ, ସୋମବାର ଦିନ ସକାଳୁ ସକାଳୁ ପଦ୍ମପୁରର କେନ୍ଦୁଗଡ଼ା ସାନ ନଦୀ, ସୁନାପାଲି, ଆମ୍ବାବାଡି ଅଞ୍ଚଳରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିଲା । ପରେ ଗୁଡ଼ାରୀ ସାନହୁମା ଅଞ୍ଚଳରେ ପାଦ ଚିହ୍ନ ବି ଦେଖିବାକୁ ମିଳିଥିଲା । ଆଉ ମଙ୍ଗଳବାର ଦିନ ଗୁଡ଼ାରୀର ଢେପଗୁଡ଼ା ଓ ତେମ୍ବାଗୁଡ଼ାରେ ଏକ ବାଛୁରୀ ଖାଇଥିବା ଅଭିଯୋଗ ହୋଇଛି ।

ତେବେ ବାଘ ତାର ସୁରକ୍ଷିତ ସ୍ଥାନ ଓ ଖାଦ୍ୟ ଅନ୍ୱେଷ୍ଣଣ ନେଇ ପ୍ରତିଦିନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁରି ବୁଲୁଥିବା ଚର୍ଚ୍ଚା ହେଉଛି । ତେବେ ବାଘକୁ ନେଇ ଲୋକଙ୍କ ମନରେ ଭୟ ରହିଛି । ହେଲେ ଆଜି ଯାଏଁ ଲୋକ କି ବନ ବିଭାଗ ବାଘକୁ ଦେଖିନାହାନ୍ତି । ବନବିଭାଗର ୩ଟି ଟିମ୍‌ ଅନୁଧ୍ୟାନ କରୁଥିବା ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking