28.1 C
Bhubaneswar
Saturday, April 27, 2024
Homeଓଡିଶାନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଡିଗ୍ରୀ ଓ ଏମଏ ପରୀକ୍ଷା ଫଳ...

ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଡିଗ୍ରୀ ଓ ଏମଏ ପରୀକ୍ଷା ଫଳ ପ୍ରକାଶ

ନୟାଗଡ: ପ୍ରକାଶ ପାଇଲା ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଡିଗ୍ରୀ ଆଉ ଏମଏ ପରୀକ୍ଷା ଫଳ । ଏହି କାର୍ଯକ୍ରମ ରେ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଡ. ଜାନକୀନାଥ ଦାଶ, ଉପ ପରୀକ୍ଷା ନିୟନ୍ତ୍ରକ ବ୍ରଜବନ୍ଧୁ ବେହେରା, ପ୍ରଶାସନିକ ମୁଖ୍ୟ ଅଧ୍ୟାପକ ଶିବ ପ୍ରସାଦ ଦାଶ, ଅଧ୍ୟପକ ଡ. ଲକ୍ଷ୍ମୀଧର ସାହୁ,ଡ. ପ୍ରଦୀପ ଆଚାର୍ଯ୍ୟ,ଯୋଗେନ୍ଦ୍ର ପରିଡା, ପ୍ରମୁଖ ଉପସ୍ଥିତ ରହି +3 ବିଜ୍ଞାନ, କଳା, ବାଣିଜ୍ୟର ଟପର ହୋଇଥିବା କୃତି ଛାତ୍ର ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବାସହ ପାସ କରିଥିବା ସମସ୍ତଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ବିଭିନ ବିଭାଗ 3ଜଣ ଛାତ୍ର ସଫଳତାର ସହ ଟପର ହୋଇ ଥିବାରୁ ନୟାଗଡ ମହାବିଦ୍ୟାଳୟ ଜନସାଧାରଣ ଙ୍କ ପ୍ରଶଂସା ର ପାତ୍ର ହୋଇ ପାରିଛି । ଏଠାରେ ସୂଚନା ଯୋଗ୍ୟ ବିଜ୍ଞାନରେ ପଦାର୍ଥ ବିଜ୍ଞାନ ଛାତ୍ର ଅବିନାଶ କର ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଥିବାବେଳେ ସେ ଜଣେ ବୈଜ୍ଞାନିକ ହେବା ପାଇଁ ଇଚ୍ଛା ରଖିଛନ୍ତି ସେହପରି କଳାରେ ଶ୍ରେଷ୍ଠ ହୋଇଥିବା ଆଲୋକ କୁମାର ସାହୁ ସଂସ୍କୃତ ଅନର୍ସ ନେଇଥିବାବେଳ ଜଣେ ଅଧ୍ୟପକ ହେବା ପାଇଁ ଆଶା ରଖିଛନ୍ତି ସେହିଭଳି ବାଣିଜ୍ୟ ଟପର ଆକାଉଣ୍ଟସ ଛାତ୍ର ରଜତ କୁମାର ସାହୁ ବ୍ୟବସାୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ ହେବାପାଇଁ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking