23.1 C
Bhubaneswar
Tuesday, March 19, 2024
Homeକରୋନାପୁଣି ହେବ ଲକ ଡାଉନ

ପୁଣି ହେବ ଲକ ଡାଉନ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବୃଦ୍ଧି କରିବାରେ ଲାଗିଛି । ଗତ କିଛି ଦିନ ଧରି ୟୁରୋପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ପରିସ୍ଥିତି ନିୟନ୍ତ୍ରଣରୁ ବାହାରୁଥିବାରୁ ବ୍ରିଟେନ୍, ଜର୍ମାନୀ ଓ ଫ୍ରାନ୍ସ ସହିତ ବିଭିନ୍ନ ୟୁରୋପୀୟ ଦେଶରେ ପୁଣିଥରେ ଲକଡାଉନ୍ ନିୟମ ଫେରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜର୍ମାନୀରେ ପୁଣି ମାସେ ପାଇଁ ରେଷ୍ଟୁରାଣ୍ଟ ଓ ବାର୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଦେଶରେ ପୁଣିଥରେ ନିୟମ କଡ଼ାକଡ଼ି କରିବାକୁ ଜର୍ମାନୀର ଚାନସେଲର ଏଞ୍ଜେଲା ମର୍କେଲ ଦେଶର ଶୀର୍ଷ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ଜଣାପଡ଼ିଛି ।
ଅନ୍ୟପଟେ ଫ୍ରାନ୍ସରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ଚିନ୍ତାରେ ପ୍ରଶାସନ । ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଦେଶବାସୀକୁ ସମ୍ବୋଧିତ କରି ପୁଣିଥରେ ନୂଆ ନିୟମ ପାଇଁ ପ୍ରସ୍ତୁତ ରହିବାକୁ ସୂଚନା ଦେଇଛନ୍ତି । ସେଠାରେ ମଧ୍ୟ ଲକଡାଉନ୍ ନିୟମ ଜାରି ହୋଇପାରେ ବୋଲି ସୂଚନା ମିଳୁଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ, ଗତ ଗୋଟିଏ ସପ୍ତାହ ମଧ୍ୟରେ ୟୁରୋପରେ କରୋନା ସଂକ୍ରମଣ ୩୭ ପ୍ରତିଶତ ବୃଦ୍ଧି ପାଇଛି । ସେଠାରେ ଏହି କିଛି ଦିନ ଭିତରେ ରେକର୍ଡ ସଂଖ୍ୟକ ୧୩ ଲକ୍ଷ ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ୟୁରୋପରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ କୁହାଯାଉଛି ।
ଅନ୍ୟପଟେ ଗତ ଗୋଟିଏ ସପ୍ତାହ ଧରି ବ୍ରିଟେନର ୱେଲସ୍, ଗ୍ରେଟର ମାଞ୍ଚେଷ୍ଟର, ଲିଭରପୁର ସିଟି, ସାଉଥ୍ ୟର୍କସାୟାର ଓ ସ୍କଟଲ୍ୟାଣ୍ଡ ଆଦି ଅଞ୍ଚଳରେ ଲକଡାଉନ୍ ଘୋଷଣା କରାଯାଇଛି । ସେଠାକାର ଲୋକମାନଙ୍କୁ ଘରୁ ବାହାରିବାକୁ ମନା ହୋଇଛି । ତେଣୁ କରୋନାର ଏହି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ୟୁରୋପରେ ପୁଣିଥରେ ଲକଡାଉନ୍ ନିୟମ ଫେରାଇବ ବୋଲି କୁହାଯାଉଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶୀତ ଆସିବା ପରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ତେଣୁ ୟୁରୋପରେ ଏହି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦେଖିବାକୁ ମିଳୁଛି । ୟୁରୋପରେ ଗତ କିଛିଦିନ ଭିତରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୫ ହଜାରରୁ ଅଧିକ ଫ୍ରାନ୍ସ, ବ୍ରିଟେନରୁ ୨୩ ହଜାର ବୋଲି ଜଣାପଡିଛି । ୟୁରୋପରେ ଗତ ଏକ ସପ୍ତାହ ମଧ୍ୟରେ କରୋନା ମାମଲା ୩୭ ପ୍ରତିଶତ ବୃଦ୍ଧି ଘଟିଛି ।

ତେବେ ୟୁରୋପର ଅନେକ ଦେଶରେ ଦ୍ୱିତୀୟ କରୋନା ତରଙ୍ଗକୁ ଦେଖି ନୂଆ ପ୍ରତିବନ୍ଧକ ଲାଗୁ କରାଯାଇଛି । ବାର୍ ଓ ରେଷ୍ଟୁରାଣ୍ଟ ବନ୍ଦ କରିବା ସହ ଅନେକ ସହରରେ କର୍ଫ୍ୟୁ ଲାଗୁ ହୋଇଛି । ଆଶା କରାଯାଉଛି ଯେ, ଦେଶକୁ ପୁଣିଥରେ ଲକଡାଉନ ଫେରିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking