29.1 C
Bhubaneswar
Wednesday, May 1, 2024
Homeଓଡିଶା୩ ଦିନ ତଳେ ଆତ୍ମସମର୍ପଣ କରିଥିଲେ ; ମେଡିକାଲରେ ଆଖି ବୁଜିଲେ କଏଦୀ

୩ ଦିନ ତଳେ ଆତ୍ମସମର୍ପଣ କରିଥିଲେ ; ମେଡିକାଲରେ ଆଖି ବୁଜିଲେ କଏଦୀ

ଫୁଲବାଣୀ :  ସମ୍ପୂର୍ଣ୍ଣ ଭଲ ଥିବା ଲୋକକୁ ପୁଲିସ୍ କର୍ମଚାରୀ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଜାମିନ ବିହୀନ ଗିରଫ ପରୱାନା ଥିବାରୁ ୩ ଦିନ ତଳେ ଆତ୍ମସମର୍ପଣ କରିଥିଲେ ଅଭିଯୁକ୍ତ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା। ମାତ୍ର ସେଠାରେ ଅସୁସ୍ଥ ହେବା ପରେ ମେଡିକାଲରେ ଆଖି ବୁଜିଛନ୍ତି କଏଦୀ। ମୃତକ ହେଲେ ଫିରିଙ୍ଗିଆ ଡିମିରିଗୁଡ଼ା ଗାଁର ଅଭିରାମ ଦିଗାଲ।
ଗଞ୍ଜେଇ ଚାଲାଣ ମାମଲାରେ ଅଭିରାମଙ୍କ ନାଁରେ ୱାରେଣ୍ଟ ଥିଲା। ଏହାପରେ ଗତ ୧୫ ତାରିଖରେ ସେ ଆତ୍ମସମର୍ପଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ବିଚାରଧୀନ କଏଦୀ ଭାବେ ଫୁଲବାଣୀ ଜିଲ୍ଲା କାରାଗାରକୁ ପଠାଇଥିଲେ।
ଫୁଲବାଣୀ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ କହିଛନ୍ତି, ଜେଲ୍‌ରେ ଥିବା ବେଳେ ଅସୁସ୍ଥତା ହେତୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ କରାଯାଇଛି। ଏନେଇ ମୃତକଙ୍କ ଭଉଣୀ କହିଛନ୍ତି, ଆତ୍ମସମର୍ପଣ କରିବା ସମୟରେ ମୋ’ ଭାଇ ସମ୍ପୂର୍ଣ୍ଣ ସୁସ୍ଥ ଥିଲା। ମାତ୍ର ପୁଲିସ୍ କର୍ମୀ ମୋ’ ଭାଇକୁ ଜେଲ୍‌ରେ ମାରି ଦେଇଛନ୍ତି। ଆମକୁ ନ୍ୟାୟ ଦରକାର। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କ ଅଭିଯୋଗ କେତେ ସତ ତାହା ସ୍ପଷ୍ଟ ହୋଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking